ଭଞ୍ଜନଗର ର { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଆଜି ସ୍ଥାନୀୟ ଟାଉନହଲ ଠାରେ ସଂଧ୍ୟା ୫ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପୌରାହିତ୍ୟ ରେ ଆଜିର ଆୟୋଜିତ ମିଶ୍ରଣ ଉତ୍ସବ ରେ ଜଗନ୍ନାଥପ୍ରସାଦ ବ୍ଲକ ଅଧିନ ଛାମୁଣ୍ଡା ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ମଲ୍ଲିକ,ଅଲାଡି ସରପଞ୍ଚ ବାବାଜୀ ପୋଲେଇ, ଜଗନ୍ନାଥପ୍ରସାଦ ସରପଞ୍ଚ ରଶ୍ମିତା ସେଠୀଙ୍କ ସମେତ ରୁଢାପଦର ପଞ୍ଚାୟତର ନକୁଳ ଜାନି,ଅର୍ଜୁନ ମଲ୍ଲିକଙ୍କ ସହ ଶତାଧିକ ସମର୍ଥକ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଜନକଲ୍ୟାଣ ମୂଳକ କାର୍ଯ୍ୟ, ନୀତି, ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଭଞ୍ଜନଗର ପ୍ରିୟ ବିଧାୟକ ବିକ୍ରମ କେଶରୀ ଆରୁଖ ଙ୍କ କାର୍ଯ୍ୟ ଦକ୍ଷତା, ବିକାଶ ମୁଖି କାର୍ଯ୍ୟକ୍ରମ ଏବଂ ଦୃଢ଼ ନେତୃତ୍ୱରେ ଆସ୍ଥା ଭାଜନ ହୋଇ ବିଜେଡି ରେ ଯୋଗ ଦେଇଛନ୍ତି। ଏଥି ସହିତ ଭଞ୍ଜନଗର ବ୍ଲକର ମୁଜାଗଡ ପଞ୍ଚାୟତର ପିତବାସ ଗୌଡ, ବେଲାରସେନ ଦଳବେହେରା, ପିତବାସ ପ୍ରଧାନ, ମଙ୍ଗୁଳୁ ନାୟକ ଓ ହରିଗଡ ପଞ୍ଚାୟତର ସନ୍ତୋଷ ମିଶ୍ର, ପୁର୍ଣ୍ଣଚନ୍ଦ୍ର ବେହେରା, ଡୁମାକୁମ୍ପା ପଞ୍ଚାୟତ ରାଧାକୃଷ୍ଣ ଗୌଡ଼ ଓ ଆଖୁପଦର ଗ୍ରାମର ପ୍ରଫୁଲ କୁମାର ପ୍ରଧାନ, ଭଞ୍ଜନଗର ର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଖରାଶୁଂ ଶେଖର ଦାସ ଙ୍କ ସମେତ ଶତାଧିକ ସମର୍ଥକ ବିଜେଡି ଶ୍ରୋତରେ ବୁଡ଼ ପକାଇଛନ୍ତି ବା ସାମିଲ ହୋଇଥିଲେ। ମିଶ୍ରଣ ପର୍ବରେ ସାମିଲ ହୋଇଥିବା ସମସ୍ତ ନେତା ଓ ନୂତନ କର୍ମୀଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଦଳୀୟ ପତାକା ଓ ଫୁଲହାର ଦେଇ ସ୍ବାଗତ କରିବା ସହ ଆନ୍ତରିକ ସହଯୋଗ କାମନା କରିଥିଲେ। ବିଜୁ ଜନତା ଦଳର ନୀତି ଆଦର୍ଶ ଓ ବିକାଶ ଧାରାରେ ପ୍ରଭାବିତ ହୋଇ ସମସ୍ତ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ମିଶ୍ରଣ ପର୍ବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା,ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ରାଜକୁମାର ସାହୁ,ଭଞ୍ଜନଗର ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ,ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ପ୍ରଭାତ ଚନ୍ଦ୍ର ଦଳବେହେରା, ବ୍ଲକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ଦିବାକର ନାୟକ, ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ବରିଷ୍ଠ ସଂଗଠନ ଦେବଦତ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୁଧୀର ରଞ୍ଜନ ବେହେରା ଓ ଦିବାକର ନାୟକ ସଭା ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.