ସିଏସଆଇଆର – ଆଇଏମଏମଟି ଦ୍ୱାରା ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0 1

ଭୁବନେଶ୍ୱର:- ସିଏସଆଇଆର-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି)ରେ ୫୧ତମ ଶାନ୍ତି ସ୍ୱରୂପ ଭଟ୍ଟନାଗର ଇଣ୍ଡୋର ଫାଇନାଲ ଟୁର୍ଣ୍ଣାମେଣ୍ଟ-୨୦୨୪ ସଫଳତାର ସହ ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟ ଅତିଥିଭାବେ ସିଏସ୍ଆଇଆରର ଆଡମିନ୍ଯୁଗ୍ମ ସଚିବ ମହେନ୍ଦ୍ର କୁମାର ଗୁପ୍ତା, ସମ୍ମାନିତ ଅତିଥି ଭାବେଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ନିର୍ଦେଶକ ଡ. ଦେବାଶିଷ ଦାଶ ,ବିଏସ୍ଏନ୍ଏଲ୍ ର ମୁଖ୍ୟ ଯନ୍ତ୍ରୀ ଜି. ଯାଦବ, ସିଏସଆଇଆର-ଆଇଏମଏମଟି ଭୁବନେଶ୍ୱର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ,ସଂଗଠନ ସମ୍ପାଦକ ଡ. ବଙ୍କିମ୍ ଚନ୍ଦ୍ର ତ୍ରିପାଠୀ, ଏସପିବି ପର୍ଯ୍ୟବେକ୍ଷକ ଡ. ନୀରଜ କୁମାର, ଏସପିବି ସଦସ୍ୟ ଡ. ବି.ପି ବାଗ୍ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ନୂଆଦିଲ୍ଲୀସ୍ଥିତ ସିଏସଆଇଆର-କ୍ରୀଡ଼ା ପ୍ରୋତ୍ସାହନ ବୋର୍ଡର ପୃଷ୍ଠପୋଷକତାରେ ଦେଶର ପ୍ରାୟ ସମସ୍ତ ସିଏସଆଇଆର ଲବ୍ରୋଟୋରୀଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜାତୀୟ ଚାମ୍ପିୟନସିପ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୦୦ରୁ ଅଧିକ ପ୍ରତିଯୋଗୀ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରିଜ୍, ଚେସ୍, ଟେବୁଲଟେନିସ , ବ୍ୟାଡମିଣ୍ଟନ୍ଏବଂକ୍ୟାରମ୍ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ୬୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଛନ୍ତି |
ବିଭିନ୍ନସଂଘ ତରଫରୁ କ୍ରୀଡା ଅଧିକାରୀ ଯଥା ସମସ୍ତ ଓଡ଼ିଶା ଚେସ୍ ଆସୋସିଏସନ୍, ଓଡ଼ିଶା ବ୍ରିଜ୍ ଆସୋସିଏସନ୍, ଓଡ଼ିଶା ଷ୍ଟେଟ୍ କ୍ୟାରମ୍ ଆସୋସିଏସନ୍, ଓଡିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍, ଓଡିଶା ଷ୍ଟେଟ୍ ଟେବୁଲ୍ ଟେନିସ୍ଆସୋସିଏସନ୍ ମଧ୍ୟ ଉପସ୍ଥିତ ରହିଥିଲେ।
ଆୟୋଜକ କମିଟି ତରଫରୁ ଏସଏସବିଏମଟି (ଇନ୍ ଡୋର) ଫାଇନାଲ୍ – ୨୦୨୪ର ସଂଗଠନ ସମ୍ପାଦକ ବଙ୍କିମ ଚନ୍ଦ୍ର ତ୍ରିପାଠୀ ସମସ୍ତ ଅଂଶଗ୍ରହଣକାରୀ, ସ୍ୱେଚ୍ଛାସେବୀ, କର୍ମଚାରୀଙ୍କୁ ସେମାନଙ୍କସକ୍ରିୟ ଅଂଶଗ୍ରହଣ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଧନ୍ୟବାଦ ଜଣାଇଥିଲେ।

 

 

Leave A Reply

Your email address will not be published.