ନାରୀ ଶକ୍ତିର ଅନନ୍ୟ ଉଦାହରଣ: ସଖି ବୁଥ୍

0 1
file photo

ଭୁବନେଶ୍ୱର,୧୯/୦୩/୨୦୨୪: “ନିର୍ବାଚନର ପର୍ବ, ଆମ ଦେଶର ଗର୍ବ’-ଭାରତ ନିର୍ବାଚନ କମିଶନ ଏହି ଥିମ୍କୁ ଗ୍ରହଣ କରି ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତିା ନିର୍ବାଚନକୁ ଭାରତୀୟ ଗଣତନ୍ତ୍ରର ମହାପର୍ବ ରୂପେ ପାଳନ କରିବା ପାଇଁ ଦେଶର ସମସ୍ତ ବର୍ଗକୁ ମତଦାନର ମହାସ୍ରୋତରେ ସାମିଲ କରିବାର ମହତ୍ତର ଲକ୍ଷ୍ୟ ନେଇ କମିଶନଙ୍କ କାର୍ଯ୍ୟ ଚାଲିଛିା ସେହି ମଧ୍ୟରେ ଏକ ଅନନ୍ୟ ଚେଷ୍ଟା ହେଉଛି “ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ୍-ସଖି ବୁଥ୍’ |
ସଖି ବୁଥ୍ ହେଉଛି ଏକ ମଡେଲ ବୁଥ୍ ଯାହା ସଂପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତା ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ୍ ରହୁଥିବାର ଲକ୍ଷ୍ୟ କରାଯାଉଛି, ସେଠି “ସଖି ବୁଥ୍’ କରାଯାଇ ମହିଳା ମତଦାନ ହାର ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛିା ଏହି ସଖି ବୁଥ୍ରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀ ସମସ୍ତେ ଜଣେ ଜଣେ ମହିଳାା ସଖି ବୁଥ୍ରେ ପୋଲିଂ ଏଜେଣ୍ଟ ଭାବରେ ମହିଳାମାନଙ୍କୁ ନିୟୋଜିତ କରିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛିା ଏଠାରେ ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀମାନେ କୌଣସି ମଧ୍ୟ ରଙ୍ଗର ପୋଷାକ ଓ ଶାଢ଼ି ପିନ୍ଧି ପାରିବୋ ମାତ୍ର ସେମାନେ ଓଡ଼ିଶାର ହସ୍ତତନ୍ତର ଯେକୌଣସି ପୋଷାକ ବା ଶାଢ଼ି ପିନ୍ଧିବା ପାଇଁ ଉତ୍ସାହିତ କରାଯାଉଛିା
“ସଖି ବୁଥ୍’ଗୁଡ଼ିକରେ ମଧ୍ୟ ଅନ୍ୟ ମଡେଲ୍ ବୁଥ୍ଗୁଡ଼ିକ ପରି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ଓଡ଼ିଶାର ପ୍ରତିଟି ଜିଲ୍ଲାରେ “ସଖି ବୁଥ୍’ କାର୍ଯ୍ୟ କରିବା ଭାରତୀୟ ଗଣତନ୍ତ୍ରର ମହାପର୍ବରେ ନାରୀଶକ୍ତି ଦ୍ୱାରା ପରିଚାଳିତ ଏହି “ସଖି ବୁଥ୍’ଗୁଡ଼ିକ ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତବ୍ୟକ୍ତ କରିଛନ୍ତିା ଏହା ସହ ନାରୀଶକ୍ତିକୁ ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରୂପେ ବର୍ଣ୍ଣନା କରି ସେ ଉଚିତ ରୂପେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତିା
ଭାରତୀୟ ଗଣତନ୍ତ୍ରରେ କ୍ରମବର୍ଦ୍ଧିଷ୍ଣୁ ରୂପେ ମହିଳାମାନଙ୍କର ଯୋଗଦାନ ବୃଦ୍ଧି ପାଉଛିା ନିର୍ବାଚନ ପ୍ରକ୍ରିୟାରେ “ସଖି ବୁଥ୍’ ତାହାର ଅନନ୍ୟ ଉଦାହରଣା ସମସ୍ତ ସଖି ବୁଥରେ ମହିଳାମାନେ ଯେପରି ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ପରିବେଶ ମଧ୍ୟରେ କାର୍ଯ୍ୟ କରିବେ ସେଥି ପ୍ରତି ବିଶେଷ ରୂପେ ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛିା

 

Leave A Reply

Your email address will not be published.