ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀଙ୍କ ଅସହଯୋଗ

0 1

ସ୍ବାସ୍ଥ୍ୟ ସେବାର ସିଂହଭାଗ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଅଣଦେଖା

ଝାରସୁଗୁଡା: ସ୍ବାସ୍ଥ୍ୟ ସେବାକୁ ଲୋକାଭିମୁଖୀ ଓ ଅଗ୍ରଣୀ କରିବାର ପ୍ରମୁଖ ଭୂମିକା ନେଇଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଏଣିକି କୌଣସି ପ୍ରକାର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ସ୍ଵାସ୍ଥ୍ୟ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କର୍ମଚାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱଦ୍ଘୁସେବା ଯୋଗାଇ ଆସୁଛନ୍ତି ।କିନ୍ତୁ ଏହାଙ୍କୁ ଅଣଦେଖା କରାଯାଇଥିବାରୁ ଅସନ୍ତୋଷ ଦେଖାଯାଇଛି ।ଏପରିକି ବୁଦ୍ଧିଜୀବୀ ମାନେ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ଦେଇଥିବା ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ସରକାରଙ୍କ ସମସ୍ତ ସ୍ବାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି କର୍ମଚାରୀ ମାନେ ଦୀର୍ଘ ଦୁଇ ଦଶନ୍ଧି ହେଲା ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି ।ଅଥଚ ସରକାର ସେମାନଙ୍କୁ ଆଦୌ ଦୃଷ୍ଟି ଦେଲେନାହି, ଏପରିକି ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ତଥା ନିୟମିତ କରାଯାଇଥିଲେ ମଧ୍ୟ ଏମାନଙ୍କୁ ସରକାର ଆଶା ଦେଖାଇ କିଛି କଲେ ନାହିଁ ।ଏଣୁ ଅଫିସ କୁ ସମସ୍ତେ ଆସିଲେ ମଧ୍ୟ କାର୍ଯ୍ୟ କରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।ଆଜି ରାଜ୍ୟ ସାରା ଏହି କର୍ମଚାରୀଙ୍କ ଅସହଯୋଗ ଯୋଗୁଁ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ଅସୁବିଧା ହେବାର ଅନୁମାନ କରାଯାଉଛି ।ଏପରିକି ଜରୁରୀ କାଳୀନ ସେବାରେ ମଧ୍ୟ ପ୍ରଭାବ ପଡିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।ତେବେ ଏହି ଅସହଯୋଗ ଅନିୟମିତ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ସ୍ବାସ୍ଥ୍ୟ ମିଶନ ପରିଚାଳନା କର୍ମଚାର ଙ୍କ ଠୁ ସୂଚନା ମିଳିଛି ।ଏଥିପାଇଁ ସରକାର ହିଁ ଦାୟୀ ବୋଲି ସୁଚାଇବା ସହ ଭୋଟ ଦାନ ରୁ ନିଜ ପରିବାର ଓ ବନ୍ଧୁ ବାନ୍ଧବ ଦୂରେଇ ରହିବେ ବୋଲି ମତ ଦେଇଛନ୍ତି ।ଆଜିର ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା ତଥା ବ୍ଲକ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.