ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ (BLO ICON-Mita Didi) “ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତିା ଓଡ଼ିଶାର ବିଏଲ୍ଓ ମାସ୍କଟ “ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତିା
ନିର୍ବାଚନ ପ୍ରକି୍ରୟାରେ ବିଏଲ୍ଓ (ବୁଥ୍ ଲେବୁଲ୍ ଅଫିସର ବା ବୁଥ୍ସ୍ତରୀୟ ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥା’ନ୍ତିା ବାହାରକୁ ଜଣାପଡ଼ୁ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର “ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏା ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍ଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତିା
ବର୍ତ୍ତମାନ ଓଡ଼ିଶାର “ମିତା ଦିଦି’ ସମଗ୍ର ଦେଶର ବୁଥସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛିା ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତି୍ରକାର ଦଶମ ସଂସ୍କରଣରେ “ମିତା ଦିଦି’ ସ୍ଥାନ ପାଇବା ସମସ୍ତ ବୁଥସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟା ଏହା ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.