ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ର ସୁରେନ୍ଦ୍ର ବରିହା ବୟସ (୩୦)ପି.ସ୍ବର୍ଗତ ମକାରୁ ବରିହା ସେ ଗତ ମାର୍ଚ୍ଚ ୬ ତାରିଖ ରୁ ନିଖୋଜ ଥିଲେ। ଆଜି ପଡୋଶୀ ବାବେବାହାଲ ଗାଁର ଏକ ଖେତ କୂଅ ରୁ ନିଖୋଜ ସୁରେନ୍ଦ୍ର ବରିହା ଙ୍କ କୂଅ ଭିତରେ ଗଲିତ ମୃତ ଦେହ ଭାସୁଥିବା ର ଲୋକେ ଦେଖିଥିଲେ। ପରେ ସ୍ଥାନିୟ ଲୋକ ମାନଙ୍କ ପାଖରୁ ଖବର ପାଇ ପରିବାର ଲୋକେ ପହଞ୍ଚି ଦେଖିଥିଲେ। ଗାଇସିଲାଟ ଥାନା କୁ ଯାଇ ତା.୧୭ ରେ ଲିଖିତ ଭାବରେ ଅଭିଯୋଗ କଲା ପରେ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଓ ଅଗ୍ନିଶମ ବାହୀନି ଘଟଣା ସ୍ଥଳ କୁ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ଥାନା ଅଧିକାରୀ ଶବକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର କୁ ପଠାଇଥଲେ UD କେଶ୍ ନମ୍ବର ୪ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।