ଆଦର୍ଶ ଆଚରଣ ବିଧି ନେଇ ସର୍ବଦଳୀୟ ବୈଠକ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧିକୁ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜନୈତିକ ଦଳ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଅରିତିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଓ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ତରଫରୁ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ମାଝୀ , ବିଜେଡି ପକ୍ଷରୁ ଜମିଦାର ପଟ୍ଟନାୟକ , ଭାରତୀୟ ଜନତା ପାର୍ଟି ତରଫରୁ ଇ.ପ୍ରଶାନ୍ତ ଓ ଆମ ଆଦମୀ ପାର୍ଟି ପକ୍ଷରୁ ଶ୍ରୀ ଲୋଗେଶ ଦାସ ବର୍ଦ୍ଧନ ପ୍ରମୁଖ ଯୋଗଦେଇ ଆଦର୍ଶ ଆଚରଣ ବିଧି , ଯାନବାହନ , ମାଇକ ଓ ଜନ ସମାବେଶ କିପରି ପାଳନ କରିବେ ସେ ସଂପର୍କରେ ଆଲୋଚନା କରାଯାଇଥିଲା I ଉପସ୍ଥିତ ରାଜନୈତିକ ଦଳ ବ୍ୟକ୍ତିମାନେ ଆସନ୍ତା ସାଧାରଣ ନିର୍ବାଚନରେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସନ୍ତୁନୁ କୁମାର ପରିଡ଼ା , ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ କମଳକାନ୍ତ ପଣ୍ଡା ଓ ସୁଶ୍ରୀ ତୃପ୍ତିମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.