ଭୁବନେଶ୍ୱର : ନିର୍ଵାଚନ ଘୋଷଣା ହେବାପରେ ସାଢେ ୪ କୋଟି ଓଡିଶାବାସୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଖୋଲା ଚିଠି | ସେ ପତ୍ରରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଭଲପାଇବା ଏବଂ ଅକୁଣ୍ଠ ବିଶ୍ୱାସ ବଳରେ ସେବା କରିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ଜଣାଇଥିବା ବେଳେ ଆଉ କିଛି ଦିନ ଭିତରେ ରାଜ୍ୟବାସୀ ଦେଶର ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି” ବୋଲି କହିଛନ୍ତି |
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ “ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ସମସ୍ତଙ୍କ ସୁଖ, ଦୁଃଖ, ସୁବିଧା, ଅସୁବିଧାରେ ସବୁବେଳେ ସମସ୍ତଙ୍କ ପାଖରେ ରହିଛି | ୨୦୩୬ ସୁଦ୍ଧା ଓଡିଶାକୁ ସମସ୍ତ କ୍ଷେତ୍ରରେ ୧ ନମ୍ବର ରାଜ୍ୟ କରିବାକୁ ଦୃଢ ସଂକଳ୍ପର ସହ ଆଗକୁ ବଢୁଛି | ଆସନ୍ତୁ ଏହି ସଂକଳ୍ପକୁ ଆହୁରି ସୁଦୃଢ କରିବା ସହ ନବୀନ ଓଡିଶା, ସଶକ୍ତ ଓଡିଶା ଗଠନ କରିବା ଦିଗରେ ସଭିଏଁ ମିଶି କାର୍ଯ୍ୟ କରିବା”