ଗାଡି ଜବତ କଲା ପୋଲିସ, ଦୁର୍ଘଟଣା ଘଟାଇ କାର ଆରୋହୀ ଫେରାର
ବରଗଡ଼ ‘- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ରୁ ଝାରବନ୍ଧ ଯିବା ରାସ୍ତାରେ ଚୁହାପାଳି ଗ୍ରାମ ନିକଟରେ ଆଜି ଏକ ବାଇକ କୁ ଏକ ସ୍ୱିଫ୍ଟ କାର ଧକ୍କା ମାରୀବାରୁ ଘଟଣା ସ୍ଥଳରେ ବାଇକ ଅରୋହି ପାଇକମାଲ ନିବାସୀ ଶ୍ରୀ ଗୌରୀ ଶଙ୍କର ବାରିକ ଙ୍କର ଡାହାଣ ଗୋଡ ଦୁଇଟି ସ୍ଥାନରେ ଭାଙ୍ଗି ଯାଇଥିବା ଜଣାପଡିଛି । ଏହା ସହିତ ଗୌରୀ ଙ୍କର ସହିତ ବାସ8ଥିବା ତାଙ୍କର ଜଣେ ଝିଆରୀ ମଧ୍ୟ ଆହତ ହୋଇ ପଡ଼ିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଦୁର୍ଘଟଣା ଘଟାଇ ଥିବା କାର CG 06GH 9346 ଟିର ଆରୋହୀମାନେ ଦୁର୍ଘଟଣା ଘଟେଇବା ପରେ ଆହତ ଦ୍ବୟ ଙ୍କୁ ସେହି ସ୍ଥାନରେ ମୁମୂର୍ଷୁ ଅବସ୍ଥାରେ ଛାଡି ଗାଡି ବନ୍ଦ କରି ଫେରାର ହୋଇଯାଇଥିଲେ । ଦୁର୍ଘଟଣାର ଖବର ପାଇବା ପରେ ଗୌରୀଙ୍କର ପରିଜନ ଘଟଣା ସ୍ଥଳ କୁ ପହଞ୍ଚି ପ୍ରଥମେ ତାଙ୍କୁ ପଦ୍ମପୁର ଓ ପରେ ବୁର୍ଲା କୁ ସ୍ଥାନାନ୍ତର ଜରିଥିବା ସୂଚନା ରହିଛି । ଗୌରୀ ଙ୍କର ପୁରୁରା ତନୁଜ ବାରିକ ଙ୍କର ଅଭିଯୋଗ ପରେ ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ଥାନାକୁ ଆଣିଥିବା ସୂଚନା ଥିବା ବେଳେ ପାଇକମାଲ ପୋଲିସ ଥାନାରେ କେଶ ନମ୍ବର 65/2024 ରେ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି | ଏଠାରେ ଦେଖିବାକୁ ବାକି ରହିଲା ଯେ ଦୁର୍ଘଟଣା ରେ ମୁମୂର୍ଷୁ ଅବସ୍ତଗରେ ପଡିଥିବା ବ୍ୟକ୍ତି ଙ୍କୁ ତୁରନ୍ତ ଡାକ୍ତରଖାନାରେ ନ ପହଞ୍ଚାଇ ଘଟଣା ସ୍ଥଳରୁ ଫେରାର ମାରିଥିବା କାର ଡ୍ରାଇଭର ଓ ତାଙ୍କ ସହାଯାତ୍ରୀ ମାନଙ୍କ ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ?