ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୭/୦୩/୨୪ ଗତକାଲି ଶନିବାର ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ପରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୈନିକ ବଜାର ଓ ମୁଖ୍ୟ ଛକରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ର ଫ୍ଲେକ୍ସ୍ ଓ ହୋର୍ଡ଼ିଂ ବୋର୍ଡ ବ୍ଲକ ନିର୍ବାଚନ ଅଧିକାରୀ ହଟାଇଛନ୍ତି।ପ୍ରଥମ ପର୍ଯ୍ୟାୟ ରେ ଭୈରବ ମହାବିଦ୍ୟାଳୟ, ତହସିଲ , ବ୍ଲକ, ମୁଖ୍ୟ ତାରିଣୀ ମନ୍ଦିର ଛକ, ଦୈନିକ ବଜାର, ଏମ ଇ ସ୍କୁଲ ବୁଥ ସେଣ୍ଟର୍ ,ତଥା ହାଇସ୍କୁଲ ରୋଡ ଉପରେ ଥିବା ନିର୍ବାଚନ ପ୍ରଚାର ହୋର୍ଡିଁ ଓ ଫ୍ଲେକ୍ନ ସବୁ କୁ ହଟା ଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଡାବୁଗାଁ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଶରତ ମାଝୀ, ତହସିଲଦାର ହରିଓମ ଭୋଇ , ଜିପିଇଓ ପଦ୍ମନାଭ ଭାଲ୍ଲା, ପିଇଓ ଏଡି ପ୍ରସାଦ, ପୁଲିସ ଏ ଏସ ଆଇ ଚନ୍ଦ୍ର ଶେଖର ହଜାରି ପ୍ରମୁଖ ଙ୍କ ଉପସ୍ଥିତିରେ ଏହି ଫ୍ଲେକ୍ସ ଓ ହୋର୍ଡିଂ ହଟାଜାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟର ଡାବୁଗାଁ ସଦର ର ପ୍ରତ୍ୟେକ କାର୍ଯ୍ୟାଳୟ, ସାହି, ମୁଖ୍ୟ ଛକ ଓ ବୁଥ ନିକଟରେ ଥିବା ହୋର୍ଡିଂ ହଟାଜିବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବୁଥ ନିକଟରେ ଥିବା ନିର୍ବାଚନ ପ୍ରଚାର ହୋର୍ଡିଂ କୁ ହଟା ଯିବ। ସୂଚନା ଥାଉ କି ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ୨୦୨୪ ସାଧାରଣ ନିର୍ବାଚନ ରେ ୭ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ସେହି କ୍ରମରେ ଓଡ଼ିଶାରେ ମେ ୧୩,୨୦,୨୫ ଓ ଜୁନ ୧ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ ୪ ତାରିଖ ରେ ଗଣତି ହେବ।
Sign in
Sign in
Recover your password.
A password will be e-mailed to you.