ବାଲେଶ୍ୱର ଏଲଏଜ୍ ଲିଃ ରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ଏକ ଦିବସୀୟ କର୍ମଶାଳା ଆୟୋଜିତ।

0 2

ବାଲେଶ୍ୱର: ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ବାଲେଶ୍ୱର ଠାରେ ଅବସ୍ଥିତ ବାଲେଶ୍ୱର ଏଲଏଜ୍ ଲିଃ ରେ ଫେରୋ ଏଲଏଜ୍ ମେକିଙ୍ଗ୍, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ଫେରୋ ଏଲଏଜ୍ ପ୍ରସେସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଫର୍ ଫେରୋ ଏଲଏଜ୍ ସଂବନ୍ଧୀୟ ଏକ ଦିବସୀୟ କର୍ମଶାଳା ଆୟୋଜନ କରିଥିଲେ। ଅନୁଷ୍ଠାନ ର ନୀର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ଯମ ରେ ଭାରତ ର ଇସ୍ପାତ ଶିଳ୍ପ ଏବଂ ସବୁଜ ଇସ୍ପାତ ଉତ୍ପାଦନ ବିଷୟ ରେ ମହତ୍ବପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରିଥିଲେ। ବିପିଏନଏସଆଇ ତରଫରୁ ପ୍ରଫେସର ଶ୍ରୀଯୁକ୍ତ ଶାନ୍ତନୁ ମଣ୍ଡଳ, ଆଇ ଆଇ ଟି ଭୁବନେଶ୍ୱର, ଫେରୋ ଏଲଏଜ୍ ମେକିଂଗ, ସସ୍ଟୈନେବିଲିଟି ସଂବନ୍ଧୀୟ ଦୀକ୍ଷାନ୍ତ ତଥ୍ଯ ପ୍ଲାଣ୍ଟ ର ଇଂଜିନିୟର ମାନଂକୁ ଆଦାନ ପ୍ରଦାନ ମାଧ୍ୟମ ରେ ଉପସ୍ଥାପନ କରିଥିଲେ। ବୈଜ୍ଞାନିକ ଶ୍ରୀ ସୌରଭ ମଣ୍ଡଳ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ କୋଡ୍ ଅଫ୍ ଫେରୋ ଏଲଏଜ୍ ସଂବନ୍ଧୀୟ ସଂଦର୍ଭ ପ୍ରଦାନ କରିଥିଲେ।
କର୍ମଶାଳା ଶେଷ ରେ ପ୍ଲାଣ୍ଟ ର ସଭାପତି ଶ୍ରୀ ସି ନାଗରାଜୁ, ବିପିଏନଏସଆଇ ର ପ୍ରଫେସ୍ନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳା କୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳା ରେ ଉପସ୍ତିତ ସମସ୍ତ ଇଂଜିନିୟର ମାନେ କର୍ମଶାଳା ର ଗୁରୁତ୍ୱ ଏବଂ ମହତ୍ୱ କୁ ପ୍ରଶଂସା କରିଥିଲେ। କର୍ମଶାଳା ରେ ବିପିଏନଏସଆଇ ର ଶୁଶ୍ରୀ ଶାଶ୍ୱତୀ ମହାନ୍ତି, ଶୁଶ୍ରୀ ଇତିଶ୍ରୀ ରାଉତ ଏବଂ ଶ୍ରୀଯୁକ୍ତ ଭରତ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ବାଲେଶ୍ୱର ଏଲଏଜ୍ ଲିଃ କାରଖାନା ର ମାନବ ସମ୍ବଳ ଅଧିକାରୀ ଶୁଶ୍ରୀ ଅଞ୍ଜଳି ଚୌଧୁରୀ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ଯପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

Leave A Reply

Your email address will not be published.