ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ କେନ୍ଦୁଡିହି ସୌର ଶକ୍ତି ଗ୍ରାମ ରେ ରୂପାନ୍ତରିତ

0 2
  • ଗ୍ରାମର ସମସ୍ତ 70 ଟି ଘରେ ଜଳିଲା ସୌର ବିଜୁଳି ଆଲୁଅ

  • ପ୍ରତି ଘର କୁ ବଲବ, ପଙ୍ଖା ଏବଂ ଚାର୍ଜ ସରଞ୍ଜାମ

ଯୋଡା, ମାର୍ଚ୍ଚ 17, 2024: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମ କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ସହାୟତାରେ ସୌର ଶକ୍ତି ଗ୍ରାମ ରେ ରୂପାନ୍ତରିତ କରାଯାଇଛି I ଏହି ପଦକ୍ଷେପ ଅନ୍ତର୍ଗତ, ଏହି ଗ୍ରାମରେ ଥିବା ସମସ୍ତ 70 ଗୋଟି ଘର କୁ ସୌରଶକ୍ତି ଯୋଗାଇ ଦିଆ ଯିବା ସହ ଚାରି ଗୋଟି ବଲବ, ଗୋଟିଏ ଟେବୁଲ୍ ପଙ୍ଖା ଏବଂ ଚାର୍ଜ ସରଞ୍ଜାମ ଦିଆଯାଇଛି I

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ କେନ୍ଦୁଝର ଡି ଏଫ୍ ଓ ଶ୍ରୀ ଧନରାଜ ହନୁମନ୍ତ ଧମଧେରା ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ର କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା ଙ୍କ ସମେତ ରଞ୍ଜନ କIଲୋ, ରେଞ୍ଜ ଅଫିସର, ବଡବିଲ, କବିନ୍ଦ୍ର ନାଏକ, ଚେୟାରମ୍ୟାନ, ଯୋଡା ବ୍ଲକ, ବିଦ୍ୟାଧର ନାଏକ, ସରପଞ୍ଚ, ଗୁଆଲି ଗ୍ରାମପଞ୍ଚାୟତ, କେନ୍ଦୁଡିହି ଗ୍ରାମର ସମସ୍ତ ୱାର୍ଡ ମେମ୍ବର ଏବଂ ଟି ଏସ୍ ଏଫ୍ ର ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ I

ଶ୍ରୀ ଧନରାଜ ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ I

ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ଏହି ସୌରଶକ୍ତି ପଦକ୍ଷେପ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମରେ 15 ଗୋଟି ଷ୍ଟ୍ରିଟ ଆଲୁଅ ଲଗାଯିବା ସହ ସୌରଶକ୍ତି ଦ୍ଵାରା ଚାଳିତ 5000 ଲିଟର କ୍ଷମତା ବିଶିଷ୍ଟ ପାଞ୍ଚ ଗୋଟି ପାଣି ବିତରଣ ପଏଣ୍ଟ ସ୍ଥାପନ କରାଯାଇ ପାଣି ସମସ୍ୟା ଦୂର କରାଯାଇଛି I

ଏ ସମ୍ପର୍କରେ କେନ୍ଦୁଡିହି ଗ୍ରାମର ମନି ମୁଣ୍ଡା କହନ୍ତି, “ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ଏଭଳି ଏକ ନିଆରା ପଦକ୍ଷେପ ଦ୍ଵାରା ଏହା ଏକ ଆଦର୍ଶ ଗ୍ରାମରେ ରୂପାନ୍ତରିତ ହୋଇ ପାରିଛି, ଯାହାକି ଆମ ପାଇଁ ଏକ ଗର୍ବ ଓ ଗୌରବ ର ବିଷୟ I
ଏହି ଗାଁ ଟି ଜଙ୍ଗଲ ର ନିକଟବର୍ତ୍ତୀ ହୋଇଥିବାରୁ ସବୁବେଳେ ହାତୀ ମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳେ I ସେମାନଙ୍କ ଚଳପ୍ରଚଳ
ଦ୍ୱାରା ବହୁତ ଫସଲ ମଧ୍ୟ ନଷ୍ଟ ହୋଇଥାଏ I ଏହି ସୌର ଆଲୋକ ଦ୍ଵାରା ସେମାନଙ୍କର ଚଳାଚଳ ବହୁ ମାତ୍ରାରେ କମି ଯିବା ସହ ମନୁଷ୍ୟ- ପ୍ରାଣୀ ର ସଂଘର୍ଷ କୁ ମଧ୍ୟ ବହୁ ପରିମାଣରେ ରୋକା ଯାଇପାରିବ I”

ସେହି ଗ୍ରାମର ପ୍ରଫୁଲ୍ଲ ନାଏକ କହନ୍ତି, “ଏହି ଆଲୋକ ବ୍ୟବସ୍ଥା ଦ୍ୱାରା ସମସ୍ତ ଗ୍ରାମବାସୀ ଏବେ ନିଜକୁ ସୁରକ୍ଷିତ ମଣିବା ସହ ରାତିରେ ଅନାୟାସରେ ଚଳପ୍ରଚଳ କରିପାରିବେ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ I ବିଶେଷ କରି ମହିଳା ମାନେ ଏହି ବିରାଟ ପରିବର୍ତ୍ତନ ର ସୁଫଳ ନେଇ ପାରିବେ ଏବଂ ସୂର୍ଯ୍ୟାସ୍ତ ପରେ ନିର୍ଭୟରେ ବୁଲାବୁଲି କରିପାରିବେ I”

କେନ୍ଦୁଡିହି ଗ୍ରାମରେ ଏହି ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକ ବ୍ୟତୀତ, ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଜଳ ସଂରକ୍ଷଣ ଯୋଜନା, ବର୍ଷା ଜଳ ସଞ୍ଚୟ, ଭିତ୍ତିଭୂମି ସ୍ଥାପନ ଏବଂ ଜୀବନ ଜିବିକା ରେ ଉନ୍ନତି ପାଇଁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି I ଏହା ବ୍ୟତୀତ, ନିକଟ ଅତୀତରେ କେନ୍ଦୁଡିହି ବିଦ୍ୟାଳୟ ରେ ଦୁଇଟି ନୂଆ ଶ୍ରେଣୀ ଗୃହ ନିର୍ମାଣ, ସ୍କୁଲ ପିଲାଙ୍କ ପାଇଁ ଖେଳ ଉପକରଣ, ବର୍ଷା ଜଳ ସଂରକ୍ଷଣ ଯୋଜନା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ପାଇଁ ଛେଳି ଗୃହ ନିର୍ମାଣ, କିଚେନ୍ ଗାଡେନ ଓ ଛତୁ ଚାଷ ପାଇଁ ସମସ୍ତ ସହାୟତା ପ୍ରଦାନ କରାଯାଇଛି I

Leave A Reply

Your email address will not be published.