-
ବିଜେଡ଼ିରେ ଯୋଗଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ
-
ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ଯକ୍ଷାଙ୍କ ସମେତ ୯ କାଉନସିଲର ବିଜେଡ଼ିରେ ସାମିଲ
ଭୁବନେଶ୍ୱର, ୧୭/୦୩/୨୦୨୪ : ପାରାଦୀପ ନିର୍ବାଚନମଣ୍ଡଳୀର ଜଣାଶୁଣା ଶ୍ରମିକ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ@ବାପି ସର୍ଖେଲଙ୍କ ଧର୍ମପତ୍ନୀ ତଥା ପାରାଦୀପ ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲଙ୍କ ନେତୃତ୍ବରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ଯକ୍ଷା ଛବିଲତା ରାଉତ ଏବଂ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଓ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଡ଼ ଅରୁଣ ସାହୁ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ସାହୁ ଓ ଶ୍ରୀ ରାଉତରାୟ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିଲେ। ମୋନିଦୀପା ସର୍ଖେଲ, ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ଯକ୍ଷା, ୯ କାଉନସିଲର ଓ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପାରାଦୀପ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ସାହୁ ଓ ଶ୍ରୀ ରାଉତରାୟ କହିଥିଲେ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମୋନିଦୀପା ସର୍ଖେଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଓ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ଯକ୍ଷ ଭି କେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ ବିଶ୍ଵାଳ, ପାରାଦୀପ ସହପର୍ଯ୍ୟବେକ୍ଷକ ସନ୍ତୋଷ ବେଜ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବରେ ପାରାଦୀପ ମ୍ୟୁନିସିପାଲିଟି ଉପାଧ୍ଯକ୍ଷା ଛବିଲତା ରାଉତ, କାଉନସିଲର ଜୟନ୍ତୀ ମଦେଲି, ସ୍ୱପ୍ନାରାଣୀ ଜେନା, ବନିତା ରାଉତ, ଶୁକ୍ରମୁନି ନାଗ, ସୌଦାମିନୀ ସାହୁ, ରୁନିବାଳା ପରିଡ଼ା, ଜଗନ୍ନାଧ ରାଓ କମ୍ବଲା, ଯୁବନେତା ମିଟୁ ସ୍ଵାଇଁଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।