ଭଞ୍ଜନଗର ରେ ଦୁଇଚକିଆ ଯାନ ଗ୍ରାହକ ପାଇଁ ରାଜ୍ୟସ୍ତରୀୟ “ହିରୋମେଳା” ଉଦଘାଟିତ।

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଅଞ୍ଚଳରେ ଦୁଇ ଚକିଆ ହିରୋ ବାଇକ୍ ଚାଳକ ଙ୍କ ପାଇଁ ରାଜ୍ୟସ୍ତରୀୟ ତ୍ରିଦିବସୀୟ ହିରୋ ବାଇକ୍ ଗ୍ରାହକ ସେବାମେଳା ଅନୁଷ୍ଠିତ ହୋଇଛି। ସେଥିନିମିତ୍ତ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ସୁନାମଧନ୍ୟ , ସମସ୍ତ ଙ୍କ ଅତି ପରିଚିତ ଭଞ୍ଜମାଟି ଭଞ୍ଜନଗର ର “ରେବତୀ ମୋଟର” ।

ଭଞ୍ଜନଗର ଜେଲ ପଡିଆ ଠାରେ ଦୁଇ ଚକିଆ ହିରୋ ବାଇକ ଚାଳକ ଙ୍କ ପାଇଁ କାର୍ଣ୍ଣିଭାଲ ମେଲା ଆଜି ମାର୍ଚ୍ଚ ୧୭ ତାରିଖ ୨୦୨୪ ରବିବାର ଦିନ ୧୦ ସମୟ ଠାରୁ ଅନୁଷ୍ଠିତ ହୋଇଛି । ଏହି ପରି ବିରାଟ ମେଳା ଓଡ଼ିଶା ରାଜ୍ୟ ତରଫରୁ ଭଞ୍ଜନଗର ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଓ ଏହା ତିନି ଦିନ ଧରି ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୧୯ ତାରିଖ ଯାଏଁ ହେବ। ଏହି ମେଳାରେ ହିରୋ ବାଇକ ମାନଙ୍କୁ ୯୯ ଟଙ୍କାରେ ସର୍ଭିସିଂ, ସହ ୫ ପର୍ସେଣ୍ଟ୍ ରିହାତି ରେ ଗାଡି ପାର୍ଟସ, ପୁରୁଣା ଗାଡି ବଦଳରେ ନୂତନ ବାଇକ , ସହଜ ବ୍ୟାଙ୍କ ଋଣ, ସହଜ ବୀମା ,ଆଦି ସୁବିଧା ଯୋଗାଇ ଦେଉଛି। ଆଜିର ଏହି ମେଗା କାର୍ଯ୍ୟକ୍ରମ ରେ ଭଞ୍ଜନଗର ଓ ଏହାର ଆଖ ପାଖ ଅଞ୍ଚଳ ର ଶତାଧିକ ଗ୍ରାହକ ଯୋଗ ଦେଇଥିଲେ। ବାଇକ ସୁଲଭ ଦରରେ ମରାମତି ସହ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଉଛି।ହିରୋ ମୋଟରସ ଆଞ୍ଚଳିକ ମୁଖ୍ୟ ଏନ. ଯେ.ଯୋଗେଶ, ଭଞ୍ଜନଗର ହିରୋ ସୋ ରୁମ ମାଲିକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଅଲତିଆ ପ୍ରମୁଖ ଯୋଗ ଦେଇଥିଲେ। ସମାଜ ସେବୀ ତଥା ଯୁବ ବ୍ୟବସାୟି ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ରପୂଜ୍ୟ ଦେବତା ଗଣେଶ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ ପରେ ମେଳା କୁ ଉଦ୍ଘାଟନ କରିଥିଲେ। ଭଞ୍ଜନଗର ଅଞ୍ଚଳରେ ଏହିପରି ଏକ ରାଜ୍ୟ ସ୍ତରୀୟ ହିରୋ ମେଳା, ବାଇକ ଗ୍ରାହକ ଙ୍କୁ ସୁବିଧା ଦେଇଥିବାରୁ ଗ୍ରାହକ ଖୁସି ବ୍ୟକ୍ତ କରିଛନ୍ତି। ଆଧୁନିକ ଯନ୍ତ୍ରପାତି ତଥା ଅଭିଜ୍ଞ କାରିଗର ମାନଙ୍କ ତତ୍ୱାବଧନରେ ଗାଡ଼ି କୁ ମରାମତି କରାଯାଉଛି। ଏହି ମେଳା ତିନି ଦିନ ଧରି ଚାଲିବ। ସେଥି ନିମନ୍ତେ ସହରବାସୀ ବେସ୍ ଖୁସି ପ୍ରକାଶ କରି ଛନ୍ତି।

Leave A Reply

Your email address will not be published.