ପଦ୍ମପୁର ସାମ୍ବାଦିକ ସଂଘ : କଳା ବ୍ୟାଚ୍ ପରିଧାନ :ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ।

0 2

ଦାବୀ ପୂରଣ ନହେଲେ ଅସହଯୋଗ କରାଯିବ : ସଭାପତି

ପଦ୍ମପୁର :- ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାଷୀ, ମୂଲିଆ, ସରକାରୀ କର୍ମଚାରୀ ତଥା ରାଜନେତାଙ୍କ ପାରିଶ୍ରମିକ ତଥା ଭତ୍ତାରେ ବୃଦ୍ଧି କରିଥିବା ବେଳେ ତୃଣମୂଳ ସ୍ତରରୁ ପ୍ରଶାସନର ଉନ୍ନୟନମୂଳକ କାର୍ଯ୍ୟର ପ୍ରଚାର ପ୍ରସାର ପାଇଁ ଦିନରାତି ଖଟୁଥିବା ଚତୁର୍ଥ ସ୍ତମ୍ଭ ବୋଲା ଯାଉଥିବା ସାମ୍ବାଦିକଙ୍କ ସାମାଜିକ, ଅର୍ଥନୈତିକ ଉନ୍ନତି ପାଇଁ ଏ ଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି | ତେଣୁ କାର୍ଯ୍ୟରତ ସାମ୍ବାଦିକଙ୍କୁ ଉନ୍ନତି ପାଇଁ ୮ ଦଫା ଦାବି ନେଇ ଆଜି ପଦ୍ମପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ମାନେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ୮ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଜୀକୃତ ସାମ୍ବାଦିକଙ୍କୁ ମାସିକ ୧୦ହଜାର ଭତ୍ତା ପ୍ରଦାନ, ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ୪ଲକ୍ଷରୁ ୮ଲକ୍ଷ ଟଙ୍କା ବୃଦ୍ଧି, କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଗଣା ଆବାସ ଯୋଗାଇ, ବସରେ ଯାତାୟତ ପାଇଁ ବସ ପାସ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନମାନଙ୍କୁ ସାମିଲ, ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ନିୟମାନୁଯାୟୀ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ପ୍ରେସ୍ ଏକାଡେମୀ ଗଠନ, ଆଦି ଦାବୀକୁ ନେଇ ମୁଖ୍ୟମନ୍ତ୍ରୀ, ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁନାଲ ଚୌହାନ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି | ଆଗାମୀ ଦିନରେ କାର୍ଯ୍ୟରତ ସାମ୍ବାଦିକଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରେ ତେବେ ପ୍ରଶାସନ ତଥା ସରକାରଙ୍କ କୌଣସି ଖବରକୁ ପରିବେଷଣ କରିବା ଦିଗରେ ଅସହଯୋଗ କରାଯିବ ବୋଲି ପଦ୍ମପୁର ସାମ୍ବାଦିକ ସଂଘ ସଭାପତି ରତ୍ନମଣି ଶତପଥୀ ଚେତାବନୀ ଦେଇଛନ୍ତି | ଦାବିପତ୍ର ପ୍ରଦାନ ଦେବା ସମୟରେ ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ରତ୍ନମଣି ଶତପଥୀ, ରମେଶ ବାରିକ, ଵିଷ୍ଣୁ ପ୍ରସାଦ ବାଜପେୟୀ, ପ୍ରଦୀପ୍ତ କିଶୋର ଦାଶ, ଯୁବ ସାମ୍ବାଦିକ କିରଟି ସାହୁ, ସୁଦାମ ପ୍ରଧାନ, ଡିଲେଶ୍ୱର ବାଗ, ଅଶ୍ୱିନୀ ଧରୁଆ ପ୍ରମୁଖ ଅଂଶଗ୍ରହଣ କରି ଥିଲେ |

Leave A Reply

Your email address will not be published.