ରାଉରକେଲା(ବସନ୍ତ କୁମାର ଜେନା): ମହିଳାଙ୍କ ଅନୁଷ୍ଠାନ ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ମଙ୍ଗଳ ଙ୍କ ସଭାପତିତ୍ବ ସମ୍ପାଦିକା ପୁଷ୍ପଲତା ବିଶ୍ବାଳ ଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ମମତାଞ୍ଜଳୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ କିଶୋରୀ ଦାଶ, ଡ଼ ସରିତା ମଲ୍ଲ ଓ ନିବେଦିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ବିକସିତ ସମାଜରେ ମହିଳା ମାନଙ୍କ ଅବଦାନ, ମହିଳା ସଶକ୍ତିକରଣ, ଆତ୍ମବିଶ୍ବାସ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମହିଳା ମାନଙ୍କ ସହଭାଗିତା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ଗୋଟିଏ ଦିନରେ ସିମୀତ ନରଖି ସବୁଦିନ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ନୃତ୍ୟ ଓ ପିଠା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ନୃତ୍ୟ ର ବିଚାରକ ଭାବେ ସୁଜାତା ସାମଲ ଓ ସନ୍ଦୀପ ଦାସ ତଥା ପିଠା ପ୍ରତିଯୋଗିତାର ବିଚାରକ ଭାବେ ରେଣୁବାଳା ସ୍ବାଇଁ ଓ ସୁନନ୍ଦା ପଟ୍ଟନାୟକ ଦାୟିତ୍ଵ ତୁଲାଇଥିଲେ। ଅତିଥି ମାନଙ୍କ ସହ ବିଚାରକ ମଣ୍ଡଳୀଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ବେଳେ ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡିଶାର ଠେଠ୍ ଗାୟିକା ଉର୍ମିଳା ମାହାତୋ ଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ ଓ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଉପସଭାପତି ସ୍ବର୍ଣ୍ଣପ୍ରଭା ପଲେଇ, ଦିପ୍ତି ନାୟକ, ରଶ୍ମିରାଣୀ ନାୟକ, ସୁନିତା ବିଶ୍ବାଳ,ରୂପା ଜ୍ୟୋତି, ପ୍ରତିମା ବେହେରା, ଉର୍ମିଳା ପରିଡ଼ା, ମୀନତି ତ୍ରିପାଠୀ, ପଦ୍ମା ରାଣୀ ବେହୁରା, ନିବେଦିତା ସ୍ବାଇଁ, ପ୍ରଣତୀ ପାତ୍ର, ରଞ୍ଜିତା ସାହୁ,ସାଗରିକା ସାହାଣୀ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.