ବ୍ରାହ୍ମଣଖଣ୍ଡ-ସାହୁକ୍ଷେତ ସେତୁ ନିର୍ମାଣରେ କ୍ୟାବିନେଟ ଅନୁମୋଦନ:

0 2

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ କଟକସଦର ଅଞ୍ଚଳବାସୀ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଶିଲୋ ପଞ୍ଚାୟତର ବ୍ରାହ୍ମଣଖଣ୍ଡ– ସାହୁକ୍ଷେତ ସେତୁ ମହାନଦୀ ଉପରେ ନିର୍ମାଣ ହେବା ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି l ଏହି ସେତୁ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି l ଦୀର୍ଘ ୫ବର୍ଷ ହେବ ଉକ୍ତ ସେତୁ ନିର୍ମାଣ ନିମନ୍ତେ ଶୁଭ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥିଲା ବେଳେ ବିଭିନ୍ନ କାରଣରୁ ଏହାର ନିର୍ମାଣ କାର୍ଯ୍ୟ ହୋଇପାରିନଥିଲା l ରାଜ୍ୟ କ୍ୟାବିନେଟର ଶେଷ ଦିନରେ ଏହି ପୋଲ ନିର୍ମାଣ ପାଇଁ ଅନୁମୋଦନ କରିଥିବାରୁ ଶିଲୋ ପଞ୍ଚାୟତବାସୀଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତର ନେତୃବୃନ୍ଦ ଆନନ୍ଦ ଉଲ୍ଲାସର ସହିତ ବାଜା, ବାଣ ଏବଂ ଶଙ୍ଖ ହୁଳହୁଳି ଧ୍ଵନୀ ଦେଇ ଏକ ଧନ୍ୟବାଦ ଉତ୍ସବ ପାଳନ କରିଛନ୍ତି । କଟକ ସଦର ନିର୍ବାଚନ ମଣ୍ଡଳୀରେ ଯେଉଁ ଦ୍ରୁତ ବିକାଶ ଚାଲିଛି ସେଥିରେ ଆଉ ଏକ ନୂଆ ବିକାଶର ଫର୍ଦ୍ଦ ଯୋଡ଼ିହେବାକୁ ଯାଉଥିବାରୁ ବହୁ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡ଼ିଶା ନବୀନ ଓଡ଼ିଶା ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲା ବେଳେ କଟକସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି l ବିଜେଡ଼ି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସାଇଁଙ୍କ ସଭାପତିତ୍ବରେ ଏଥିରେ ପୂର୍ବତନ ସରପଞ୍ଚ ମନୋଜ ମହାନ୍ତି, ସରୋଜ ବେହେରା,ଦିଲ୍ଲୀପ ବିଶ୍ଵାଳ, ସରପଞ୍ଚ ମିଲନ ଭୂୟାଁ, ସୁଶାନ୍ତ ସେଠୀ, ଶାରଦା ପ୍ରସାଦ ମହାନ୍ତି,ବିଜେଡ଼ି ପଞ୍ଚାୟତ ସଭାପତି ସେକ ରୁସ୍ତମ୍, ଶ୍ୟାମସୁନ୍ଦର ବେହେରା, ଧିରେନ୍ଦ୍ର ବେହେରା,ଅରୁଣ ଘୋଷ, ଗୋପିନାଥ ପଲେଇ, ପୂର୍ଣ୍ଣଚନ୍ଦ୍ର ସେଠୀ,ଅମୀର ଖାଁ, ସୟଦ୍ ମହମ୍ମଦ,ବିଜୟ ରାଉତ, ବାସୁଦେବ ମାଦେଳୀ,ବିକାଶ ପୁହାଣ, କିଶୋର ସାହାଣୀ, ଦୁର୍ଗା ଦାସ, ଲୋକନାଥ ଦାସ,ମିନର୍ଭା ପାତ୍ର ଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ, କର୍ମୀ, ଜନସାଧାରଣ ଯୋଗ ଦେଇଥିଲେ l

Leave A Reply

Your email address will not be published.