ବେଲଗୁଣ୍ଠା ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ନିର୍ବାଚନ କମିଶନର୍ ଆଗାମୀ ଲୋକସଭା ଏବଂ ବିଧାନ ସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିବା ବେଳେ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡ୍ ରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍ କରାଯାଇଛି I ଆଜି ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏସ୍ଆଇ ଅଭୟ ପ୍ରଧାନ,ନାରାୟଣ ନାୟକ, ମହେଶ୍ଵର ବେହେରା, ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ,ଅନୁ ମଲ୍ଲିକଙ୍କ ସମେତ ଫ୍ଲାଇଙ୍ଗ୍ ସ୍କ୍ଵାଡ୍ ଏବଂ ସମସ୍ତ ପୋଲିସ୍ କର୍ମଚାରୀ ସନ୍ଧ୍ୟା ଛଅ ଘଣ୍ଟା ତିରିଶି ମିନିଟ୍ ରେ ଥାନା ଠାରୁ ଆରମ୍ଭ କରି ମେଇନ୍ ରୋଡ଼୍, ବାଙ୍କ ବଜାର,ବଡଦାଣ୍ଡ, ପେଣ୍ଠ ସାହିରୁ ବାଲିଡି ସ୍କୁଲ୍ ଠାରେ ପହଞ୍ଚିଥିଲେ I ପୁନଶ୍ଚ ସେଠାରୁ ନୃସିଂହ ମନ୍ଦିର ଏବଂ କୋଳି ସାହି ଦେଇ ମୁଖ୍ୟ ସଡ଼କକୁ ବାହାରି ବ୍ଳକ୍ ପଡ଼ିଆ ଠାରେ ଫ୍ଲାଗ୍ ମାର୍ଚ୍ଚ ଶେଷ କରିଥିଲେ I ରାତି ଆଠ ଘଣ୍ଟା ସମୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା I

Leave A Reply

Your email address will not be published.