ହଜାର ହଜାର ସଂଖ୍ୟକ ମୁସଲମାନ ଭାଇମାନଙ୍କ ସହିତ ହଳଧରପୁର ଅଲ୍ଲୀ ପବ୍ଲିକ ସ୍କୁଲରେ ଇଫତାର ପାର୍ଟି ପାଳନ କଲେ ବିଧାୟକ ପ୍ରତାପ ଜେନା l

0 2

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ସୁକରପଡ଼ା ପଞ୍ଚାୟତ ହଳଧରପୁର ଠାରେ ଥିବା ଜାମିଆ ଇସାତୁଲ ଉଲୁମ୍ ମଦ୍ରାସା ଆନୁକୂଲ୍ୟରେ ଅଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ରମଜାନ୍ ମାସର ପଞ୍ଚମ ଦିନରେ ଏକ ବ୍ଲକ ସ୍ତରୀୟ ଇଫତାର ପାର୍ଟି ଅନୁଷ୍ଠିତ ହୋଇଛି l ମୌଲାନା ଖଇରୁଦ୍ଦିନ୍ ସାହେବଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ଏହି ବ୍ଲକର ୨୭ ଗୋଟି ପଞ୍ଚାୟତରେ ଥିବା ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କ ପାଇଁ ୨କୋଟି ଟଙ୍କାର ଏକ ସତନ୍ତ୍ର ବଜେଟ କରାଯାଇଛି ବୋଲି ପ୍ରକାଶ କରିଥିଲେ । ଏହି ଅନୁଦାନ ଅର୍ଥରେ ମସଜିଦ୍, ରାସ୍ତାଘାଟ, ସ୍କୁଲ,ମଦ୍ରାସାର ଉନ୍ନତିକରଣ ହେବା ସହିତ ପ୍ରତ୍ୟେକ ଗ୍ରାମକୁ ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରି ଏହି ଧର୍ମ ମାସରେ ମୁସଲମାନ ଭାଇ ଭଉଣୀମାନଙ୍କ ଠାରୁ ଆର୍ଶିବାଦ ଓ ଅଧିକ ସହଯୋଗ କାମନା କରିଥିଲେ । ଏହି ଅବସରରେ ଅସୁରେଶ୍ଵର ଚଉଦ ମହଲାର କାର୍ଯ୍ୟକାରୀ ସଭାପତି ସେକ୍ ମହମ୍ମଦ ଇଦ୍ରିସ, ସମ୍ପାଦକ ଇମ୍ରାନ୍ ଖାଁ ଓ ସମସ୍ତ କର୍ମକର୍ତ୍ତା ସମେତ ଏହା ଅଧିନରେ ଥିବା ୨୬ଟି ବସ୍ତି ସହିତ ଅନ୍ୟାନ୍ୟ ବହୁ ବସ୍ତିର ସର୍ଦାର , ନାଏବ ସର୍ଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୌଲାନା ସ୍ୱାଦୁତ୍ ସାହେବ, ମୌଲାନା ହାଫିଜ ମୁସ୍ତାକିମ୍ ଖାଁ, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଅଧକ୍ଷାଙ୍କ ପ୍ରତିନିଧ ମନୋଜ ସେଠୀ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଗିରିଶରଂଜନ ମହାପାତ୍ର, କଟକ ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ କମିଟିର ଉପସଭାପତି ଜାକିର ଖାଁ, ବ୍ଲକ ସଂଖ୍ୟାଲଘୁ କମିଟିର ସଭାପତି ମିର୍ଜା ଅବୁଲ ବେଗ୍,ସରପଞ୍ଚ ମନୋଜ କୁମାର ମଲିକ,ଚିତ୍ତରଂଜନ ମଲିକ,ପୂର୍ବତନ ସମିତିସଭ୍ୟ କଲାମ ଖାଁଙ୍କ ସମେତ ପଞ୍ଚାୟତ ସ୍ତରୀୟ ବହୁ ବିଜେଡ଼ି ନେତୃବୃନ୍ଦ, ଜନପ୍ରତିନିଧୁ, ସଂଖ୍ୟାଲଘୁ କମିଟିର ବହୁ ବୟୋଜ୍ୟେଷ୍ଠ ମୁରବୀମାନେ ଏଥିରେ ଯୋଗ ଦେଇଥିଲେ l ରମଜାନ୍ ମାସର ଓଷା ଫିଟିବା ପରେ ଏକ ସମୂହ ଭୋଜନର ଆୟୋଜନ କରା ଯାଇଥିଲା ।

Leave A Reply

Your email address will not be published.