କାର୍ଯ୍ୟରତ ସାମ୍ବାଦିକଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳର ବୁଦ୍ଧିଜିବୀ,ଶିକ୍ଷାବିତ,ବରିଷ୍ଠ ନାଗରିକ, ବିଭିନ୍ନ ସଙ୍ଗଠନର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
ରଘୁନାଥପୁର:-ଘଟଣା ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବଦା ତୃଣମୂଳ ସ୍ତରରୁ ଖବର ସଂଗ୍ରହ କରି ପ୍ରିଣ୍ଟ ଅବା ଇଲେକ୍ଟ୍ରୋନିକ୍ସ ମିଡିଆ ଜରିଆରେ ଲୋକଙ୍କୁ ସୂଚନା ପ୍ରଦାନ କରୁଥିବା ଚତୁର୍ଥସ୍ତମ୍ବ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରିଚାଲିଛନ୍ତି।ସାମ୍ବାଦିକଙ୍କ ୪ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ପ୍ରକାଶ ପାଉନାହିଁ।ଏହି କ୍ରମରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳର ବୁଦ୍ଧିଜିବୀ,ଶିକ୍ଷାବିତ,ବରିଷ୍ଠ ନାଗରିକ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ସୁବେଛୁମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ।ନିର୍ବାଚନ ଆଚରଣ ବିଦ୍ଧି ଲାଗିବା ପୂର୍ବରୁ ସେମାନଙ୍କ ଚାରି ଦଫା ସମ୍ବଳିତ ଦାବିଗୁଡିକୁ ମାନିନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡିଓ ନମିତା ବାରିକଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ।ପୂର୍ବାହ୍ନ ୧୧ଟାରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା ଓ ଆଞ୍ଚଳିକ ବିକାଶ ପରିଷଦ ରେଢୁଆର ଆବାହକ ସ୍ନେହାନସୁ ଜେନାଙ୍କ ନେତୃତ୍ୱରେ ଶତାଧିକ ଜନତା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।ସେଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା।ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ, ଦୁର୍ନୀତି ବିରୋଧୀ ଅଭିଯାନର କର୍ମକର୍ତ୍ତା ଗୋବିନ୍ଦ ଓଝା, ଜଗତସିଂହପୁର ଜିଲ୍ଲା କୃଷକ ସଙ୍ଗଠନର ଯୁଗ୍ମ ସମ୍ପାଦକ ବିନୋଦବିହାରୀ ମହାନ୍ତି, ସାମାଜିକ କର୍ମୀ ଅଶୋକ କୁମାର ମହାରଣା ଓ ସୁବାଷ ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ କାର୍ଯ୍ୟରତ ସାମ୍ବାଦିକଙ୍କ ନ୍ୟାୟୋଚିତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିନେବା ପାଇଁ ଆହ୍ବାନ କରିଥିଲେ।ଯଦି ଦାବୀପ୍ରତି ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତାହାଲେ ହଜାର ହଜାର ସଂଖ୍ୟାରେ ସାଧାରଣଜନତା ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଛକ ବଜାରରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ ଜାରି ରଖିବେ ଓ ଏହାର ପରିଣାମ ସରକାରଙ୍କୁ ଭୋଗିବାକୁ ପଡିବ ବୋଲି ମହାରଣା ସତର୍କ କରାଇଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିମୋଦ କୁମାର ଜେନା, ପ୍ରଭଞ୍ଜନ ମଲ୍ଲିକ, ଚନ୍ଦ୍ରଶେଖର ସିଂହ, ନିଶିକାନ୍ତ ନାୟକ,ସରୋଜ କୁମାର ଜେନା, କୃଷ୍ଣଚନ୍ଦ୍ର ରାଉତ, ସମାଜ ବିକାଶ ମିଶନ ଆବାହକ ସରିତ ମହାପାତ୍ର, ସଦସ୍ୟ ରାଜେଶ ସ୍ୱାଇଁ, ବିପ୍ଳବ ବେହେରା, ମାନସ ଦାସ, ରଞ୍ଜନ ଦାସ, ପ୍ରଶାନ୍ତ ବେହେରା, ସୁଭମ ମହାପାତ୍ର, ସ୍ପନ୍ଦନ ଖଟୁଆ, ଆଶିଷ ସିଂହଙ୍କ ସମେତ ବିଭିନ୍ନ ଯୁବକସଙ୍ଘ ଓ ସଙ୍ଗଠନର କର୍ମକର୍ତ୍ତା ଏବଂ ସାଧାରଣଜନତା ସାମିଲ ହୋଇଥିଲେ।