ଅଞ୍ଚଳ ମହାବିଦ୍ୟାଳୟ ରେ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ l

0 2

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ବରେ ଏକ ଆର୍ଥିକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପଦ୍ମପୁର ଷ୍ଟେଟ୍ ବ୍ୟାଙ୍କ୍ ର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ସ୍ୱାଗତ କରି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ଅର୍ଥନୀତି ବିଭାଗର ପ୍ରଧ୍ୟାପକ ଡ଼ଃ ବିରଞ୍ଚି ସାହୁ ଆର୍ଥିକ ସ୍ୱାକ୍ଷର ଏବଂ ସଚେତନତା ର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଷ୍ଟେଟ୍ ବ୍ୟାଙ୍କ୍ ର ମୁଖ୍ୟ ଅଧିକାରୀ ଶ୍ରୀ ବିକ୍ରମ କୁମାର ସାହୁ ବିସ୍ତୀର୍ଣ୍ଣ ଭାବରେ ବ୍ୟାଙ୍କର ବିଭିନ୍ନ ଦିଗର ସଚେତନତା, ସାଇବର୍ କ୍ରାଇମ, ଜମା ଏବଂ ବିଭିନ୍ନ ଲାଭଦାୟକ ନିବେଶ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅଧିକାରୀ ସମ୍ମୀତ କୁମାର ଦାସ ବ୍ୟାଙ୍କ୍ ର ବିଭିନ୍ନ ଲାଭଦାୟକ ଯୋଜନା ଉପରେ ଆଲୋଚନା କରିଥିଲେ। ଗ୍ରାହକ ସେବା ଅଧିକାରୀ ଦେବାଶିଷ ଦାସ ଏବଂ ବୀମା ଅଧିକାରୀ ଅବଦୁଲ ବିଭିନ୍ନ ବୀମା ର ଉଦ୍ଦେଶ୍ୟ ଏବଂ ସୁଫଳ ଉପରେ ଆଲୋକପାତ କରିଥିଲେ। ଉପରୋକ୍ତ କାର୍ଯ୍ଯକ୍ରମରେ ଅଧ୍ୟାପକ ନବ କୃଷ୍ଣ ମିଶ୍ର, ପ୍ରଭାତ କୁମାର ମହାପାତ୍ର, ଖଗେଶ୍ୱର ଦାସ, ପ୍ରମୋଦ କୁମାର ତ୍ରିପାଠୀ, ତୋଷବନ୍ତ ବାରିକ, ଓମ୍ ପ୍ରକାଶ ସତ୍ନାମୀ, ଅଧ୍ୟାପିକା ଡ଼ଃ ମମତାମୟୀ ଗୁରୁ, ବୁନି ସାହୁ, ମୁଖ୍ୟ କିରାଣୀ ରାଧା ପଣ୍ଡା ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.