ବିଦ୍ୟୁତ କର୍ମ ଚାରି ଙ୍କୁ ଆକ୍ରମଣ ରେ ଦୁଇ ଜଣ କୁ କୋଟ ଚାଲାଣ କଲା ଝାରପୋଖରିଆ ପୋଲିସ ।।।।।।।

0 2

(ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରିଆ ଥାନା ଅନ୍ତର୍ଗତ ଖଡିଆଶୋଳ ଗ୍ରାମର ହରିହର ନାଏକ ଏବଂ ନିର୍ମଳ ନାଏକ ଇଲେକ୍ଟ୍ରିକାଲ ଜେଇଙ୍କୁ ବାନ୍ଧିବା ସହିତ ଧାରୁଆ ଶାବଳରେ ମାରି ଦେବାକୁ ଧମକ ଦେଇଥିଲେ। ଅଭିଯୋଗ ଅନୁସାରେ କୌଣସି କାରଣରୁ ଭିଜିଲାନ୍ସ ଟିମ୍ ହରିହର ନାଏକଙ୍କୁ ଏକ ଲକ୍ଷ୍ୟ ରୁ ଅଧିକ ଫାଇନ କରିଥିଲେ । ତେବେ ପଇସା କଲେକ୍ସନ ରେ ଯାଇଥିବା ଜେଇ ହରିହର ନାଏକ ଙ୍କୁ ପଇସା ମାଗିବାରୁ ସେ ରାଗିଯାଇ ବାନ୍ଧି ବା ସହିତ ସାଵଳ ରେ ମାରି ଦେବାକୁ ଧମକ ଦେଇଥିଲେ । ସୂଚନା ମୁତାବକ ହରିହର ନାଏକ ଙ୍କୁ ଯେଉଁଥିପାଇଁ ଫାଇନ୍‌ ହୋଇଥିଲା ତାହାର କୋୖଣସି ସତ୍ୟତା ନାହିଁ ବୋଲି ପାଲଟା ଅଭିଯୋଗ କରି ମୋତେ ଜାଣିଶୁଣି ଫସାଯାଉଛି ବୋଲି କହିଛନ୍ତି । ତେବେ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣା ପଡ଼ିବ । ତେବେ ଅଭିଯୋଗ କ୍ରମେ ଝାରପୋଖରିଆ ଥାନା କେସ୍ ନ ୫୨/୨୪ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ହରିହର ନାଏକ ଓ ତାଙ୍କ ପୁଅ ନିର୍ମଳ ନାଏକ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଝାରପୋଖରିଆ ଥାନା ଭାରପାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି । ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ

Leave A Reply

Your email address will not be published.