ଏୟାର ଫୋନ ହେଲା କାଳ, ଟ୍ରେନରେ କଟି ITI ଛାତ୍ର ମୃତ

0 2

ମୟୁରଭଞ୍ଜ,ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ଏୟାର ଫୋନ ହେଲା କାଳ । କାନରେ ଏୟାର ଫୋନ ଲଗେଇ ଟ୍ରେନରେ କଟି ITI ଛାତ୍ର ମୃତ । ବାଙ୍ଗରିପୋଷି ରୁ ବାଲେଶ୍ବର ଯାଉଥିବା ମେମୁ ଟ୍ରେନ କଟି ମୃତ । ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ବନ କାଟି ପେଟ୍ରୋଲ ପମ୍ପ ନିକଟରେ ଅପରାହ୍ନ ପାଖାପାଖି ୫ଟା ସମୟରେ ବାଙ୍ଗରିପୋଷି ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ITI ଛାତ୍ର ପ୍ରାଣ ହରାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ପୋଷ୍ଟମର୍ଟମ ପାଇଁ ବାରିପଦା PRM ମେଡ଼ିକାଲ କୁ ପଠାଇଛି । ମୃତ ଯୁବକ ଜଣକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ବାସଦା ଗ୍ରାମର ( ଅସ୍ତିଆ) ବାପୁନ ମହାନ୍ତ ବୋଲି ଜଣାପଡିଛି ।ସେ ବାଙ୍ଗରିପୋଷି ITI କଲେଜର ଛାତ୍ର, ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ ମୋବାଇଲ ନିଶା ଘାରିଛି । ବିପଦପୂର୍ଣ୍ଣ ସ୍ଥାନରେ ମୋବାଇଲ ରେ ଗପିବା ସଉକ ବନାଇଛନ୍ତି ଯୁବକ ଯୁବତୀ । ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ଅଘଟଣ ଘଟିଯାଉଛି । ବିଗତ ଅତୀତରେ ଏହି ଭଳି ଅନେକ ଘଟଣା ଭଳି ଅନେକ ମାମଲା ସାମ୍ନାକୁ ଆସିଥିଲେ ହେଁ ଯୁବପିଢି ଏ ଦିଗରେ ସଚେତନ ହେଉନାହାନ୍ତି । ତେବେ ସରକାରଙ୍କ ଅନୁକମ୍ପା ପାଇଁ ଯୁବ ପିଢୀ ରିଲ ବନାଇବା ପାଇଁ ବିପଦ ପୁଣ୍ୟ ସ୍ଥାନ କୁ ମଧ୍ୟ ଯିବା ପାଈଁ ପଛାଉ ନାହାଁନ୍ତି ବୋଲି ବୁଦ୍ଧିଯିବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତେବେ ଏ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି 

Leave A Reply

Your email address will not be published.