ଗୁଣୁପୁର ପ୍ରେସ ୟୁନିଅନ୍ ପକ୍ଷରୁ ପ୍ରତିବାଦ ଓ କଳା ବ୍ୟାଜ ପରିଧାନ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସାରା ରାଜ୍ୟରେ ସାମ୍ବାଦିକମାନେ ବିଭିନ୍ନ ସମସ୍ୟା ଓ ଦାବୀ କୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ କଳା ବ୍ୟାଜ ପରିଧାନ କରି ବ୍ଲକ୍ ସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ପ୍ରତିବାଦ କରାଯାଉଛି। ସେହିପରି ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୂମା ଠାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାକୁ ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁଣୁପୁର ପ୍ରେସ ୟୁନିଅନ୍ ପକ୍ଷରୁ ସଦସ୍ୟ ମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିଥିଲେ। ସମାଜ ର ବିଭିନ୍ନ ସତ୍ୟ ଘଟଣା କୁ ସାମ୍ବାଦିକ ମାନେ ଦରକାର ପଡ଼ିଲେ ନିଜ ଜୀବନକୁ ବାଜି ଲଗେଇ ପ୍ରକାଶ କରି ଲୋକଲୋଚନକୁ ଆଣିଥାନ୍ତି। ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଥିଲେ ମଧ୍ୟ ଗଣତନ୍ତ୍ର ର ଚତୁର୍ଥ ସ୍ଥମ୍ଭ କୁହାଯାଉଥିବା ଗଣ ମାଧ୍ୟମ ଙ୍କ ପାଇଁ କୌଣସି ସୁଯୋଗ ଓ ସୁରକ୍ଷା ବ୍ୟବସ୍ଥା କରାଯାଇନାହିଁ । ଏ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ସରକାର ଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଦାବୀ ସମୂହ ପ୍ରଦାନ କରାଯାଇଛି ହେଲେ କିନ୍ତୁ କାର୍ଯ୍ୟକାରୀ ଶୁନ। ସାମ୍ବାଦିକ ସୁରକ୍ଷା ଆଇନ, ଅନ୍ୟ ରାଜ୍ୟ ମାନଂକ ପରି ବୟସ୍କ ସାମ୍ବାଦିକ ମାନଙ୍କୁ ପେନସନ ବ୍ୟବସ୍ଥା, ଗୋପବନ୍ଧୁ ବୀମା ଯୋଜନାରେ ବୃଦ୍ଧ ପିତା ମାତାଙ୍କୁ ସାମିଲ ତଥା ୨୫ ବର୍ଷରୁ ଉର୍ଦ୍ଧ୍ବ ବୟସ ପିଲାଙ୍କୁ ସାମିଲ୍ କରିବା, ସାମ୍ବାଦିକ ଙ୍କୁ କମ୍ ସୁଧ ହାରରେ ଗୃହ ତଥା ଗାଡି କିଣିବା ପାଇଁ ଋଣ ପ୍ରଦାନ, ମୃତ୍ୟୁ ପରେ ପରିବାର ସଦସ୍ୟ ଙ୍କୁ ବୀମା ରାଶି ପ୍ରଦାନ ଓ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ମାସିକ ଅନୁଦାନ ପ୍ରଦାନ ଆଦି ବିଭିନ୍ନ ଦାବୀ ପୂରଣ ପାଇଁ ଆଜି ସାରା ଓଡ଼ିଶାରେ ଗଣ ମାଧ୍ୟମ ପ୍ରତିନିଧି ମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରିଥିଲେ। ପ୍ରେସ ୟୁନିଅନ୍ ପକ୍ଷରୁ ସଭାପତି ତ୍ରିନାଥ ଖାଡଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ବ୍ରଜ ସୁନ୍ଦର ପାଢ଼ୀ, ଉପସଭାପତି ରାମ ମହାନ୍ତି, ଦୀପକ କୁମାର ପଣ୍ଡା, ସହ ସମ୍ପାଦକ ସତ୍ୟ ସୁନ୍ଦର କର, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, କାଳୀ କିଙ୍କର ରଥ, ପ୍ରମୁଖ ଯୋଗ ଦେଇ ଏଜି ପ୍ରତିବାଦ ରେ ସାମିଲ ହୋଇ ଥିଲେ। ସେହିପରି ସ୍ଥାନୀୟ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରେସ କ୍ଳବ୍ ପକ୍ଷରୁ ସମ୍ପାଦକ ରାଧାକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ବରେ ବିଭିନ୍ନ ଦାବୀ ନେଇ କଳା ବ୍ୟାଜ ପରିଧାନ ଓ ପ୍ରତିବାଦ କରଯାଇଥିଲା।

 

Leave A Reply

Your email address will not be published.