ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ::୫୦୦ରୁ ଅଧିକ ମହିଳାଙ୍କ ସ୍କୁଟି ଶୋଭାଯାତ୍ରା;

0

https://youtu.be/hKsN5WNW7gY

ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଯୁବପିଢୀ ଏବଂ ମହିଳାମାନଙ୍କୁ ଆହ୍ବାନ -ବିଧାୟକ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଆହ୍ୱାନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଳକ ମହିଳା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ୫୦୦ରୁ ଅଧିକ ମହିଳାମାନେ ଏକ ବିରାଟ ସ୍କୁଟି ଶୋଭାଯାତ୍ରାରେ କଟିକଟା ବଜାର ରୁ ବାହାରି କେନ୍ଦୁପାଟଣା ପର୍ଯ୍ୟନ୍ତ ଯାଇଥିଲେ l ଫଳରେ ସମଗ୍ର ଅଞ୍ଚଳ ଓଡ଼ିଶାର ଜନନାୟକ ବିଜୁ ପଟ୍ଟନାୟକ ଗୁଣଗାନରେ ପ୍ରକମ୍ପିତ ହୋଇ ଉଠିଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ମହିଳା ଓ ଯୁବପିଢିଙ୍କୁ ଉତ୍ସାହିତ କରିବା ପାଇଁ ବିଜୁ ବାବୁଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବହୁ ପ୍ରେରଣାଦାୟକ ଶ୍ଳୋଗାନ୍ ଦେଇଥିଲେ । ଶୋଭାଯାତ୍ରା ପରେ ବିଧାୟକ ଶ୍ରୀ ଜେନା ଏବଂ ସମସ୍ତ ବିଜୁ ଜନତା ଦଳ ନେତୃବୃନ୍ଦ ଏବଂ ମହିଳା ବିଜେଡି କର୍ମୀ ଙ୍କୁ ନେଇ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ବାବୁଙ୍କ ଅବୟବ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଏପରିକି ଓଡିଶାକୁ ଏକ ସଶକ୍ତ, ସମୃଦ୍ଧ, ବିକଶିତ ଓଡ଼ିଶାରେ ପରିଣତ କରିବା ଏବଂ ବିଶେଷ କରି ମହିଳାମାନଙ୍କୁ ସଶକ୍ତିକରଣ, ସ୍ୱାବଲମ୍ବୀ କରିବା ପାଇଁ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିପାରିଛନ୍ତି ଯାହାପାଇଁ ଆଜି ସମସ୍ତ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି ବିଧାୟକ ଶ୍ରୀ ଜେନା ମତପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ବ୍ଳକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ମହିଳା ମହାସଂଘର ସଭାନେତ୍ରୀ କନକଲତା ଭୂୟାଁ, ସମ୍ପାଦିକା ସତ୍ୟଭାମା ନାୟକ,ବ୍ଳକ ବିଜେଡ଼ି ମହିଳା ସଭାନେତ୍ରୀ ଅମ୍ରିତା ସିଂହ,ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଂଜନ ମହାପାତ୍ର,ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ବିଜେଡ଼ି କୃଷକ ସଂଗଠନ ସଭାପତି ଜ୍ୟୋତିପ୍ରକାଶ ସାଇଁ, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ,ସଭ୍ୟ ବିପ୍ଲବ କାପ,ଭୂପତିଭୂଷଣ ଷଣ୍ଢ,ଯୁବନେତା ମନୋଜ ସେଠୀ,ପ୍ରମୋଦ ସାଇଁ, ଛାତ୍ର ନେତା ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ସରପ , ସମିତିସଭ୍ୟ, ବିଜେଡ଼ି ନେତୃବୃନ୍ଦ ଏବଂ ମହିଳା କର୍ମୀ ମାନେ ଯୋଗ ଦେଇଥିଲେ । ସେହିପରି ବୁହାଳୋ ପଞ୍ଚାୟତ ବରପଡ଼ା ବଜାରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ ନେତୃତ୍ବରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି ନେତୃବୃନ୍ଦ ଯୋଗଦାନ କରିଥିଲେ l

Leave A Reply

Your email address will not be published.