ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଡ଼ଃ ଗୁରୁମୂର୍ତ୍ତି ନାୟକଙ୍କ ଏକାଦଶାହ ଦିବସରେ ସ୍ମୃତିଚାରଣ ସଭା ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଅଧ୍ୟାପକ ଡ଼ଃ ଗୁରୁମୂର୍ତ୍ତି ନାୟକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରହିବା ସହିତ ଓଡ଼ିଆ ବିଭାଗର ମୁଖ୍ୟ ଥିଲେ। ସେ ଜଣେ ନିଷ୍ଠାପର ବ୍ୟକ୍ତିତ୍ୱ ଥିବା ସହ ତାଙ୍କରି ହସ ହସ ମୁହଁରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀଙ୍କୁ ନିଜ କଥାରେ ସମସ୍ତଙ୍କୁ ନିଜର କରି ରଖିଥିଲେ। ତେଣୁ ତାଙ୍କରି ଅଭାବ ଏହି ବିଦ୍ୟାଳୟରେ ଚିରଦିନ ପାଇଁ ଅଭାବ ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ସଭାରେ ଅଧ୍ୟାପକ ବୃନ୍ଦ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ,ଅଜୟ କୁମାର ବିଶ୍ୱାଳ, ଡ଼ଃ ପ୍ରଫୁଲ କୁମାର ଜେନା ଓ ବିଶ୍ୱ ରଞ୍ଜନ ସ୍ୱାଇଁଙ୍କ ସମେତ ରଞ୍ଜିତ କୁମାର ସାମଲ, ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ ତାଙ୍କରି ଅମର ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରିବା ସହିତ ପରିବାରର ମଙ୍ଗଳ କାମନା କରିଥିଲେ।ଓଡ଼ିଆ ବିଭାଗର ଅଧ୍ୟାପକ ସପନ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.