( ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ “ନୂଆ ଓ” ଛାତ୍ରବୃତ୍ତିର ଅନୁଦାନ ପତ୍ର ଅନୁଷ୍ଠିତ ହୋଇଯାଇଛି।ଆଜି ସୀମାନ୍ତ ମହାବିଦ୍ୟାଳୟ ରେ
ସାରସକଣା ତହସିଲଦାର ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ କର ଓ ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।ସରକାରଙ୍କର ଏହି ଅଭିନବ ଯୋଜନା ଦ୍ୱାରା ଆର୍ଥିକ ଦିଗରୁ ଅନଗ୍ରସର ସମସ୍ତ ବର୍ଗର ପିଲାମାନେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ଦ୍ୱାରା ସାଧାରଣ ବର୍ଗର ଅନେକ ଗରିବ ଛାତ୍ର ଛାତ୍ରୀ ଉପକୃତ ହୋଇ ପାରିଛନ୍ତି ।ସୀମାନ୍ତ ମହାବିଦ୍ୟାଳୟର ଯୋଗ୍ୟ ୧୧୯୯ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଆଜି ମୋଟ ୧୦୪୨ ଜଣ ଏହି ଯୋଜନାରେ ଉପକୃତ ହୋଇଛନ୍ତି।
ବିଭିନ୍ନ କାରଣ ପାଇଁ ବାଦ ପଡିଥିବା ଅନ୍ୟ ଛାତ୍ର ଛାତ୍ରୀ ମାନେ ଖୁବଶୀଘ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।ଆଜି ଛୁଟିଦିନ ସତ୍ତ୍ୱେ ଅନ୍ୟୁନ ୬୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ
ଉପସ୍ଥିତ ରହି ଅନୁଦାନ ପତ୍ର ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଅଧ୍ୟାପକ ଅରୁଣ କୁମାର ପାତ୍ର,ରମେଶ ଚନ୍ଦ୍ର ବାନରା,ଶିଶିର କୁମାର ପଟ୍ଟନାୟକ, ନିହାର ରଞ୍ଜନ ମହାନ୍ତ,ରାମ କିଶୋର ହରିଜନ,ଶ୍ରଦ୍ଧାନନ୍ଦ ସାହୁ,ଅଧ୍ୟାପିକା ଜୟନ୍ତୀ ସିଂ,ସ୍ବପ୍ନେଶ୍ୱରୀ ମୁର୍ମୁ,ଧରିତ୍ରୀ ବେହେରା,ଆରତୀ ହୋ,ସୁଜାତା ମହାନ୍ତ, ନିରଜ ରଞ୍ଜନ ମହାନ୍ତ, ବିଜୁ ମହାପାତ୍ର ଆଦି ଅଧ୍ୟାପକ ,ଅଧ୍ୟାପିକା ,କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.