ବିଜେପି ର ମଣ୍ଡଳ ସ୍ତରୀୟ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ବିଜେପି ର ମଣ୍ଡଳ ସ୍ତରୀୟ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ମଣ୍ଡଳ ବିଜେପି ସଭାପତି ଜେ ରାଜ ଶେଖର ରାଓ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେପି ର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଦିବାନ ସିଂ,ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ତଥା ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ପର୍ଶୁରାମ ମାଝୀ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ରୁ ଦଳକୁ ସୁସଂଗଠିତ କରିବା, ବୁଥ ସ୍ତରରେ ଭୋଟ ର ମାନଙ୍କୁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବହୁଳ ପ୍ରଚାର ପ୍ରସାର ଓ ସଚେତନ କରିବାକୁ କର୍ମୀ ମାନଙ୍କୁ କହିଥିଲେ। କେନ୍ଦ୍ର ସରକାର ଙ୍କ ଯୋଜନା କୁ ବିଜେଡି ସରକାର ହାଇଯାକ କରି ଲୋକଙ୍କୁ ବିଭ୍ରାନ୍ତ କରୁ ଥିବାରୁ ଏଥିପ୍ରତି ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ବିଜେପି ର ବରିଷ୍ଠ ନେତା ଦିବାନ ସିଂ ପ୍ରତ୍ୟେକ ଲାଭାର୍ଥି ଙ୍କ ପାଖରେ ମୋଦି ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚିଛି କି ନାହିଁ ଏଥି ନିମନ୍ତେ କର୍ମୀ ମାନଙ୍କୁ ସଚେତନ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଡାବୁଗାଁ ବ୍ଲକ ର ବିଜେପି କାର୍ଯ୍ୟାଳୟ ଗୃହ ଅତିଥି ମାନଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ପାତ୍ର, ମନୋରମା ନାୟକ, ଲକ୍ଷ୍ମୀ ଜାନି, ୱ୍ଵାଈ ରାଜ ଶେଖର ଦୋରା, ଜି ସତ୍ୟା ରାଓ, ନରେଶ ସିଂ, ରତନ କଲାର, ନରୁ ସିଂ, ବନ୍ଧୁ ମାଝୀ,ମହେଶ ପାତ୍ର ଓ ଶୁରୁ ନାନା ସହ ଡାବୁଗାଁ ବ୍ଲକ ର ଦୁଇଟି ମଣ୍ଡଳ ର ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.