ପ୍ଲୁଟୋନ ମଲ୍ ରେ ଗୃହସ୍ଥୀ କମ୍ପାନୀ ର ନୂତନ ଷ୍ଟୋର “ଗୃହସ୍ଥୀ ବଜାର”।

0

ରାଉରକେଲା, (ବସନ୍ତ କୁମାର ଜେନା): ଗୃହସ୍ଥୀ ଉଦ୍ଯୋଗ ପ୍ରା ଲିଃ ଆଜି ଗ୍ରାହକ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ଛେଣ୍ଡ ସ୍ଥିତ ପ୍ଲୋଟନ୍ ମଲ୍ ର ତଳ ମହଲା ରେ ନୂତନ ଷ୍ଟୋର ର ଉଦଘାଟନ କରାଯାଇଛି। ଷ୍ଟୋର ଉଦଘାଟନ ନେଇ ଆଜି ପୂର୍ବାହ୍ନ ରେ ଛେଣ୍ଡ ସ୍ଥିତ କମ୍ପାନୀ ମୁଖ୍ୟାଳୟ ରେ ବିଧିବଦ୍ଧ ଭାବେ ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କରାଯାଇଥିଲା। ମଧ୍ୟାହ୍ନ ରେ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରସାଦ ସମସ୍ତ କର୍ମଚାରୀଙ୍କୁ ମଧ୍ୟରେ ବିତରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟ ସରିବା ପରେ ଅପରାହ୍ନ 4.30 ମିନିଟ ସମୟରେ ପ୍ଲୁଟୋନ ମଲ୍ ରେ ନୂତନ ଷ୍ଟୋର ଉଦଘାଟନ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟୋର ର ଶୁଭ ଉଦଘାଟନ କମ୍ପାନୀ ର ସିଏମଡି ଗଣେଶ ପ୍ରସାଦ ବାଗଡିଆ, ନିର୍ଦେଶିକା ମଞ୍ଜୁ ଦେବୀ ବାଗାଡିଆ ଓ ପରିଚାଳନା ନିର୍ଦେଶକ ଗୋକୁଳ ଆନନ୍ଦ ବାଗାଡିଆ ଓ ସିଇଓ ଅମୀତ ଅଗ୍ରୱାଲ , ପୂର୍ବତନ ଚାମ୍ବର ସଭାପତି ଶୁଭ ପଟ୍ଟନାୟକ ଓ ଚାର୍ଟାର୍ଡ ଆକାଉଣ୍ଟ ବି ଡି ଶିବାହରେ ପ୍ରମୁଖ ପୂଜାର୍ଚ୍ଚନା ସହ ଫିତା କାଟି ଆନୁଷ୍ଠାନିକ ଭାବେ କରିଥିଲେ। ଆଜି ଗୃହସ୍ଥୀ ଉଦ୍ଯୋଗ ର ସିଏମଡି ଗଣେଶ ପ୍ରସାଦ ବାଗଡିଆ ଓ ନିର୍ଦେଶିକା ମଞ୍ଜୁ ଦେବୀ ବାଗଡିଆ ଙ୍କ ବିବାହ ବାର୍ଷିକୀ ଅବସରରେ ଏହି ନୂତନ ଷ୍ଟୋର ଉଦଘାଟନ କୁ ନେଇ କମ୍ପାନୀ ର ସମସ୍ତ କର୍ମଚାରୀ ମହଲ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବହୁଦିନ ରୁ ଏପରି ଗୃହସ୍ଥୀ ର ସ୍ବତନ୍ତ୍ର ଷ୍ଟୋର ପାଇଁ ଗ୍ରାହକଙ୍କ ଚାହିଦା ରହିଥିବା ବେଳେ ଏହା ଗ୍ରହାକ ଙ୍କୁ ଗୃହସ୍ଥୀ ର ପ୍ରାୟ 400 ବିଭିନ୍ନ ପ୍ରକାରର ମସଲା ଯୋଗାଇବା ରେ ସହଯୋଗୀ ହେବ। ଏହାବ୍ୟତୀତ ଅନେକ ସମୟରେ ଗ୍ରାହକ ଙ୍କ ଆବଶ୍ୟକତା କୁ ଦେଖି ବିଭିନ୍ନ ସ୍ବତନ୍ତ୍ର ସ୍କିମ୍ ମଝିରେ ମଝିରେ ଘୋଷଣା କରାଯିବା ନେଇ ସିଏମଡି ଗଣେଶ ପ୍ରସାଦ ବାଗଡିଆ ଜଣାଇଛନ୍ତି। ଆଜି ର ଉଦଘାଟନୀ କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ ରେ କମ୍ପାନୀ ର ରତନ କଂସାରୀ, ଶୁଭଶ୍ରୀ ରାୟ,ତିରୁମାଲା ପୁରୁଷୋତ୍ତମ, ପ୍ରଫୁଲ୍ଲ ପାତ୍ର,ଦୀପକ ତିଓ୍ବରି,ଅଭିନାଶ ମିଶ୍ର,କିରଣ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ଷ୍ଟୋର ଉଦଘାଟନ ପରେ ଗ୍ରାହକଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.