(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଉନ୍ନୟନ ଅଧିକାରୀ ଧର୍ମରଂଜନ ପଣ୍ଡାଙ୍କ ବାରଙ୍ଗ ବ୍ଳକକୁ ବଦଳି ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହନ୍ତଙ୍କ କଟକ ସଦର ଓ ବିଜୟ ରାମ ସାଇଁଙ୍କ ଆଠଗଡ଼ ବ୍ଳକକୁ ବଦଳି କରାଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଳକ ପକ୍ଷରୁ ବ୍ଲକ ଅଧକ୍ଷା ରୋଜି ସେଠୀଙ୍କ ପୌରହିତ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜ୍ୟୋତିପ୍ରକାଶ ସାଇଁ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଅନାମଚରଣ ଚରଣ ବିଶ୍ୱାଳ, ବିଜୟ କୁମାର ସେଠୀ, ବନ୍ୟା ମହାନ୍ତି, ଲିଲିମା ନାୟକ,ବରିଷ୍ଠ କିରାଣୀ ଦିବ୍ୟଲୋଚନ ସଇଁ, ସପି ତାପସ ତନୟ ପଟ୍ଟନାୟକ,କ୍ୟାସିୟର ସେକ୍ ଜିଆଉଦ୍ଦିନ୍ ଙ୍କ ସମେତ ସମସ୍ତ ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହି ବିଡ଼ିଓ ଏବଂ ପିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
Sign in
Sign in
Recover your password.
A password will be e-mailed to you.