ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୨/୦୩/୨୪ ଏକ ଦ୍ୱିପାକ୍ଷିକ ଗଣ୍ଡଗୋଳ ର ରଫାଦଫା ପାଇଁ ଜଣେ ଅଭିଯୋଗ କାରୀଙ୍କ ନିକଟରୁ ଥାନା ମଧ୍ୟରେ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଡାବୁଗାଁ ଥାନା ଏ ଏସ ଆଇ ସୀମାଞ୍ଚଳ ମହାରଣା। ଆଜି ଦିନ ୧୨ ଘଣ୍ଟ ୧୫ ମିନିଟ ସମୟରେ ଡାବୁଗାଁ ଥାନା ମଧ୍ୟରେ ଜଣେ ଅଭିଯୋଗ କାରୀ ଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେବା ପରେ ଅତର୍କିତ ଭିଜିଲାନ୍ସ ର ସ୍ଵତନ୍ତ୍ର ଏକ ଦଳ ଥାନା ମଧ୍ୟରେ ଚଢାଉ କରି ପୋଲିସ ଏ ଏସ ଆଇ ସିମାଞ୍ଚଳ ମହାରଣା ନେଇଥିବା ୫ ହଜାର ଲାଞ୍ଚ ଟଙ୍କା ପୁଲିସ ହାଜତ କୋଠରି ମଧ୍ୟରୁ ଜବତ ଜବତ କରାଯାଇଥିଲା। ଭିଜିଲାନ୍ସ ଚଢାଉ କରିବା ଜାଣି ଲାଞ୍ଚୁଆ ଏ ଏସ ଆଇ ୫ ହଜାର ଟଙ୍କା ହାଜତ ମଧ୍ୟରେ ଫୋପାଡି ଦେଇଥିଲେ। ତେବେ ଭିଜିଲାନ୍ସ ଦଳ ବହୁ ଖୋଜାଖୋଜି ପରେ ହାଜତ ରୁ ୫ ହଜାର ଟଙ୍କା ପାଇଥିଲେ। ସହ ତାଙ୍କୁ ଅଧିକ ପଚରା ଉଚୁରା ପାଇଁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇଯାଇଛନ୍ତି। ସୂଚନା ଅନୁଯାୟୀ ଗତ ଫେବୃଆରୀ ମାସ ୮ ତାରିଖରେ ଡାବୁଗାଁ ଥାନା ଅନ୍ତର୍ଗତ ରାଉଳି ଗୁଡା ଗ୍ରାମରେ ଏକ ନୂତନ ନାଟ ମଞ୍ଚସ୍ଥ ହୋଇଥିଲା। ସେହିଦିନ ରାତ୍ର ପ୍ରାୟ ୭ ଘଣ୍ଟ ସମୟରେ ରାଉଳି ଗୁଡା ଗ୍ରାମ ର ମକରନ୍ଦ ଜାନି (୫୦) କୁ ସେହି ଗ୍ରାମ ର ପଦୁ ସିଂ ଜାନି ଏକ ବୁଲାଣି ନିକଟରେ ବାଇକ୍ ରେ ଧକ୍କା ଦେଇଥିଲା। ଏଥିରେ ମକରନ୍ଦ ଜାନି ଆହତ ହୋଇଥିଲେ।ଦୁହିଁ ଙ୍କ ମଧ୍ୟରେ ହାତାହାତି ସମୟରେ ମକରନ୍ଦ ଜାନି ର ଭାଉଜ ତୁଳସୀ ଜାନି ଛଡା ଛଡି କରିଥିଲେ।ଏହାପରେ ଉଭୟ ପକ୍ଷରୁ ଡାବୁଗାଁ ଥାନାରେ ଭିନ୍ନ ଭିନ୍ନ ଏତଲା ଦେଇଥିଲେ। କେସ ନ ୩୩/୨୪ ଓ କେସ ନ ୩୪/୨୪ ରେ ଦୁଇଟି ପୃଥକ୍ ମାମଲା ହୋଇଥିଲା। ଯାହାର ତଦନ୍ତ ଏ ଏସ ଆଇ ସିମାଞ୍ଚଳ ମହାରଣା କରୁଥିଲେ। ତେବେ ଏହି କେସ ରେ ମକରନ୍ଦ ଜାନି ର ଭାଉଜ ର ନାମ ଏତଲା ରୁ କାଟିବା ପାଇଁ ଏ ଏସ ଆଇ ସିମାଞ୍ଚଳ ମହାରଣା ଅଭିଯୋଗକାରୀ ମକରନ୍ଦ ଜାନି ଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ମକରନ୍ଦ ଜାନି ଭିଜିଲାନ୍ସ ର ସହାୟତା ପାଇଁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟ ଯାଇଥିଲେ। ସେଠାରୁ ଭିଜିଲାନ୍ସ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନ ଗିରି, ଜୟପୁର ଓ ନବରଙ୍ଗପୁର ର ଏକ ସ୍ବତନ୍ତ୍ର ଭିଜିଲାନ୍ସ ଦଳ ଡାବୁଗାଁ ଆସି ଲାଞ୍ଚ ମାଗିଥିବା ଏ ଏସ ଆଇ ସିମାଞ୍ଚଳ ମହାରଣା ଠାରୁ ରଙ୍ଗବଳା ୫ ହଜାର ଟଙ୍କା ଜବତ କରିଥିଲେ।
Sign in
Sign in
Recover your password.
A password will be e-mailed to you.