କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

0 2

ବାଲୁଗାଁ (ସେକ କୌସର ): କୁହୁଡି ରେଳ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଆଜି ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ବ୍ୟକ୍ତିଙ୍କ ବୟସ ଆନୁମାନିକ ୩୫ ବର୍ଷ ହୋଇଥିବା ବେଳେ ସେ ଗଞ୍ଜି ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।ତେବେ କୌଣସି ଗାଡ଼ିରୁ ଖସି କିମ୍ବା ଟ୍ରାକ ଅତିକ୍ରମ କରୁଥିବା ବେଳେ ବ୍ୟକ୍ତି ଜଣକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଅନୁମାନ କରୁଛି ଜିଆରପି। ଏ ନେଇ ନିରାକାରପୁର ଜିଆରପି ଏଏସଆଇ ପରୀକ୍ଷିତ ନାୟକ କେସ ନମ୍ବର ୧୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.