ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ରେ ଆଜି ଡଙ୍ଗରମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଫକିର ମୋହନ ସାହୁ ଙ୍କ ଉଦ୍ଧେଶ୍ୟରେ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଶାନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ନାଏବ ସରପଞ୍ଚ ଉପେନ୍ଦ୍ର ବିଭାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ଦୀପ, ବିଶ୍ଵନାଥ ପଧାନ ସହକାରୀ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ଆଇଁଲଭଟା,ପ୍ରମୋଦ କୁମାର ବଢେଇ ସହକାରୀ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ଜୁବାଖୋଲ, ଅଙ୍ଗନୱାଡ଼ି କର୍ମୀ ସମାରୀ ପଧାନ, ସ୍କୁଲ ପରିଚାଳନା କମିଟି ସଭାପତି ସତ୍ୟବାନ ସାହୁ, ସଦସ୍ୟ ଚିନ୍ତା ମଣି ସାହୁ,ଲୋକନାଥ ସାହୁ, ଦୁର୍ଯ୍ୟୋଧନ ସାହୁ, ପ୍ରଫୁଲ୍ଲ ସାହୁ, ଚତୁର୍ଭୁଜ ବରିହା, ବିଷ୍ଣୁ ମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଅନୁଷ୍ଠାନ ପ୍ରେମୀ,ଛାତ୍ର ବତ୍ସଳ, ସମୟାନୁ ବର୍ତିତା,ପ୍ରଧାନ ସେବକ,କର୍ମ ନିଷ୍ଠା, ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ପ୍ରଥମେ ମୁଖ୍ୟ ଅତିଥି ଅଗ୍ର ପୂଜ୍ୟ ଗଜାନନ ମହାପ୍ରଭୁ ଏବଂ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସହକାରୀ ଶିକ୍ଷକ ଦେବରାଜ ତାଣ୍ଡି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସତ୍ୟବାନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ସାହୁ ନିଜର ଶିକ୍ଷକ ଜୀବନ ୦୧/୦୭/୧୯୯୭ ରୁ ପ୍ରଥମେ ଯୁଗିମଠ ରେ ଯୋଗ ଦେଇଥିବା ବେଳେ ପରେ ଜୁବାଖୋଲ ପ୍ରାଥମିକ ବିଦ୍ୟାଳୟ ଏବଂ ୦୬/୦୭/୨୦୧୧ ରୁ ୨୯/୦୨/୨୦୨୪ ଦୀର୍ଘ ୧୩ ବର୍ଷ କେନ୍ଦୁମାଲ ଗ୍ରାମରେ ଶିକ୍ଷକତା କରି କେନ୍ଦୁମାଲ ପ୍ରାଥମିକ ବିଦ୍ୟାଳୟ ରୁ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ ତାଙ୍କୁ ବିଦ୍ୟାଳୟ ରୁ ଏକ ବିରାଟ ପଟୁଆରରେ ବାଜା ବଜାଇ ନାଚ ଗୀତ ସହ କେନ୍ଦୁମାଲ ଗ୍ରାମ ପରିକ୍ରମା କରି ଶେଷରେ କୁଲିଆରୀ ସ୍ଥିତ ନିଜ ବାସଭବନରେ ତାଙ୍କୁ ଛାଡି ଆସିଥିଲେ ।
Sign in
Sign in
Recover your password.
A password will be e-mailed to you.