ରାଉରକେଲା, (ବସନ୍ତ କୁମାର ଜେନା): ଆସନ୍ତା ମାର୍ଚ୍ଚ ମାସ ୩ତାରିଖ ଦିନ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ରାଜ୍ୟ ସମ୍ମିଳନୀ ସେକ୍ଟର ୫ସ୍ଥିତ ଭଞ୍ଜଭଵନ ଠାରେ ଦିବା ୧୦ଘଟିକାରେ ଆୟୋଜନ କରାଯାଇଛି ବୋଲି ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏନେଇ ଉପସଭାପତି ଉପେନ୍ଦ୍ର କୁମାର ନାୟକ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ର ତଥା ମୁଖପାତ୍ର କୁଞ୍ଜବିହାରୀ ରାଉତ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ରାଉରକେଲା ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ୧୯୮୧ ମସିହାରୁ ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ପରିଚାଳିତ ହୋଇଆସୁଛି। ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟସେବା, ସାମାଜିକ କାର୍ଯ୍ୟକ୍ରମ ଓ ଦଶହରା ଦିନ ଖଡ୍ଗ ଶୋଭାଯାତ୍ରା ଓ ଆଲୋଚନାସଭା କରାଯାଇ ସହରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରବିବାର ଦିନ ଏକ ରାଜ୍ୟ ସମ୍ମିଳନୀ ରାଉରକେଲା ର ଭଞ୍ଜଭଵନ ଠାରେ କରାଯିବା ପାଇଁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ୨୦୧୩ ମସିହାରେ ବ୍ରହ୍ମପୁର ରେ ଜାତୀୟ ସମ୍ମିଳନୀ,୨୦୧୮ ରେ କଟକ ରେ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଚଳିତ କାର୍ଯ୍ୟକ୍ରମରେ ଏହି ମହାସଭାର ସଭାପତି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ସାଧାରଣ ସମ୍ପାଦକ ଭାବେ ଶଶଧର ପାତ୍ର ଦାୟିତ୍ଵ ତୁଲାଇ ଆସୁଛନ୍ତି। ଆସନ୍ତା ରାଜ୍ୟ ସମ୍ମିଳନୀରେ ଖଣ୍ଡାୟତ କ୍ଷତ୍ରିୟଙ୍କ ଐତିହ୍ୟ, ପରମ୍ପରା, ବୀରତ୍ବର ପରାକାଷ୍ଠା ସମ୍ପର୍କରେ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତିନିଧି ମାନେ ଯୋଗଦେବାକୁ ସମ୍ମତ୍ତି ପ୍ରଦାନ କରିଛନ୍ତି। ଏହାସହ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ମନମୋହନ ସାମଲ, ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସ୍ବତନ୍ତ୍ର ଅତିଥି ଭାବେ ମାନ୍ୟବର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ, ପ୍ରାକ୍ତନ ମନ୍ତ୍ରୀ ତଥା ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସଭାପତି ସରୋଜ ସିଂହ ଓ ମୁଖ୍ୟବକ୍ତା ଭାବେ ସେବା ନିବୃତ ପ୍ରାଧ୍ୟାପକ ଡ଼ ପ୍ରଭାତ କୁମାର ମଲ୍ଲିକ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଉକ୍ତ ଦିନ ଦିବା ୯ଟା ୩୦ମିନିଟରେ ସେକ୍ଟର ୫ସ୍ଥିତ ଗୁଣ୍ଡିଚା ମନ୍ଦିର ଠାରୁ ଆମର ପାଟଖଣ୍ଡା ( ୧୨ ହାତ ଖଡ୍ଗ) କୁ ଶୋଭାଯାତ୍ରାରେ ନିଆଯାଇ ଭଞ୍ଜଭଵନ ଠାରେ ପହଞ୍ଚିବ। ଏହି ଶୋଭାଯାତ୍ରାର ଖଣ୍ଡାୟତ କ୍ଷତ୍ରିୟ ମହିଳା ମାନେ ନେତୃତ୍ବ ନେବେ। ଭଞ୍ଜ ଭବନ ଠାରେ ଜାତିଧ୍ବଜା ଉତ୍ତୋଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯିବ। ସେହିପରି ଏହି ଅବସରରେ କିଛି ଖଣ୍ଡାୟତ କ୍ଷତ୍ରିୟ ଭାଇ ମାନଙ୍କୁ ସମ୍ମାନିତ କରାଯିବ। ମଧ୍ୟାହ୍ନ ଭୋଜନ ପରେ ସାଂଗଠନିକ ଆଲୋଚନା ଓ ଜାତି ଧ୍ଵଜା ଅବତରଣ କରାଯାଇ ସମ୍ମିଳନୀ ସମାପ୍ତ କରାଯିବ। ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଖଣ୍ଡାୟତ କ୍ଷତ୍ରିୟ ଜାତି ଭାଇମାନେ ଯୋଗଦେବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ, ସୁବ୍ରତ ମଲ୍ଲିକ, ଉଗ୍ରସେନ ବିଶ୍ବାଳ, ଗଙ୍ଗାଧର ନାୟକ, କାର୍ତ୍ତିକ ଚନ୍ଦ୍ର ଖଣ୍ଡୁଆଳ, ଜଟାଧାରୀ ମାଝୀ, ନାରାୟଣ ସାମଲ, ସନ୍ତୋଷ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ରାଧାଶ୍ୟାମ ପରିଡ଼ା, କିଶୋର ନାୟକ, ମୀନତି ବିଶ୍ବାଳ, ସୁଦର୍ଶନ ସାମଲ, ସଂଜୀବ ନାୟକ, ରାଜେନ୍ଦ୍ର ନାୟକ, ସତ୍ୟାନନ୍ଦ ବେହେରା,ପ୍ରିୟା ଧଳ, ହରିହର ରାଉତରାୟ, ଅବନୀ କୁମାର ବଳ, ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁଖପାତ୍ର ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.