ବସ୍ତା ଏନଏସିର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ।

12


ଏ ଦେଶ ପାଇଁ ଆଉ ଏକ ସଂଗ୍ରାମ ର ଆବଶ୍ୟକ : ଅଶୋକ ଦାସ।

ବସ୍ତା 11/11 :ନବଗଠିତ ବସ୍ତା ଏନ ଏ ସିର ନୁତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କଂଗ୍ରେସ ନେତା ଓ କର୍ମୀ ମାନେ ବସ୍ତା ଛକ ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ବାହାରି ଦେଉଳ ପଡା ସ୍ଥିତ ସଭା ସ୍ଥଳରେ ପହଞ୍ଚି ଥିଲେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତାଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସୁଧାଂଶୁ ଶେଖର ଜେନା ଙ୍କ ପରିଚାଳନା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିସିସି ଉପସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ ଯୋଗ ଦେଇ ନିଯୁକ୍ତ କର୍ମକର୍ତ୍ତା ସଂଗଠନ ମନ୍ତ୍ର ଦେଇଥିବା ବେଳେ ବିଜେପି ଉପରେ ବର୍ଷିଥିଲେ ଏ ଦେଶ ରେ ଜନତା ଙ୍କ ପାଇଁ ଆଉ ଏକ ସଂଗ୍ରାମର ଆବଶ୍ୟକ ଅଛି ବୋଲି କହିଥିଲେ ଭୋଟ ଚୋରି ସରକାର କେବେ ଲୋକ ଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ପାରୁନାହାନ୍ତି ଦେଶ ବିପଦ ଗାମି ବୋଲି କହିଥିଲେ। ପୁର୍ବତନ ବିଧାୟକ ଦେବୀ ପ୍ରଶନ୍ନ ଚଣ୍ଡ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ସଂଜୀବ ଗିରି ଯୋଗ ଦେଇ ଗୋହତ୍ୟାକାରି ଦଳ ଠାରୁ ଦୁରେଇ ରହିବା ଆବଶ୍ୟକ ବସ୍ତା କଂଗ୍ରେସକୁ ମଜବୁତ କରିବା ପାଇଁ କର୍ମୀ ଓ ନେତୃତ୍ବ ଆକ୍ଳାନ୍ତ ପରିଶ୍ରମ କରିବା ପାଇଁ ପଡିବ ଅନ୍ୟମାନଙ୍କ ମଧ୍ୟରେ ବସ୍ତା କଂଗ୍ରେସ ନେତା ବିଜନ ନାୟକ,ବରିଷ୍ଠ କଂଗ୍ରେସ ନେତା ମନୋଜ ମହାନ୍ତି, ମହିଳା କଂଗ୍ରେସ ନେତ୍ରୀ ଅଞ୍ଜଳି ପ୍ରଧାନ,ଏସ ସି ସେଲ ସଭାପତି ସୃଷ୍ଟି ଧର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ନବ ନିଯୁକ୍ତ ବସ୍ତା ଏନ ଏ ସି ର କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୋଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏହି ସଭାରେ ମଥାନି ପଞ୍ଚାୟତ ବିଜେପି ନେତା କେଶବ ଦଣ୍ଡପାଟ,ବସ୍ତା ଏନ ଏ ସିର ଓ୍ବାର୍ଡ ସଭ୍ୟ ମନୋରଞ୍ଜନ ସାହୁ ଓ ବାସୁଚକୁରାଇ ପଞ୍ଚାୟତର ନରହରି ଦାସ ବିଜେଡି ଛାଡି କଂଗ୍ରେସରେ ଦଳରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନ ଏ ସି ସଂଯୋଜକ କମଳ ଲୋଚନ ଜେନାଙ୍କ ସମେତ ଚାରିଟି ଜୋନର ସଭାପତି ପ୍ରଭାଶ ମଣ୍ଡଳ,ଅରୁଣ ମଣ୍ଡଳ, ସଂଜୀବ ମହାନ୍ତି,ପ୍ରଭାତ ଦାସଙ୍କ ସମେତ ସରପଞ୍ଚ ଅମୀତ ବିଶ୍ବାଳ,ପୁର୍ବତନ ସରପଞ୍ଚ କଳ୍ପନା ଦାଶ,ଜଗଦୀଶ ସାହୁଙ୍କ ସମେତ ଜନ ଜୀବନ ପ୍ରଧାନ,ପିଣ୍ଟୁ ବୈଠା,ଶୁଶାନ୍ତ ପରିଡା ଵହୁ କଂଗ୍ରେସ ନେତା ମଂଚାସୀନ ଥିଲେ ଶେଷରେ ଏନ ଏ ସି କଂଗ୍ରେସ ସଭାପତି ରବିନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.