ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ବ୍ଲକ୍ ବିଞ୍ଚଣା ସ୍ଥିତମୁକ୍ତି ପ୍ରଶିକ୍ଷଣ ବେଦାନ୍ତ ଆଶ୍ରମ ତଥା ମାଆ ସନ୍ତୋଷୀ ପୀଠରେ ଗୋମାତାଙ୍କର ସୁରକ୍ଷା ପାଇଁ ସୁରଭି ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ସଂଯୁକ୍ତ ସନାତନ ଧର୍ମାଚାର୍ଯ୍ୟ ଗୋବାହିନୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ମୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଦଗୁରୁ ବାବା ହରି ଶଙ୍କର ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରଚୁଲି ମଠାଧୀଶ ସତ୍ୟାନନ୍ଦ ଗିରୀ, ସଂଯୁକ୍ତ ସନାତନ ଧର୍ମ ଗୋବାହିନୀ ରାଷ୍ଟ୍ରୀୟ ସମ୍ପାଦକ ତଥା ଭୁବନେଶ୍ୱର ରାଧାକାନ୍ତ ମଠାଧୀଶ ସୀତାରାମ ବ୍ରହ୍ମଚାରୀ,ଜଗତସିଂହପୁର ବ୍ରହ୍ମଚାରୀ ମଞ୍ଚାସୀନ ରହି ଗୋମାତାଙ୍କର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ଏହା ସହିତ ଗୋମାତାଙ୍କୁ ରାଷ୍ଟ୍ରୀୟ ମାତାର ମାନ୍ୟତା ପ୍ରଦାନ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଦୁଇ ହଜାର ଲୋକଙ୍କ ସମାଗମ ହୋଇଥିଲା I ଏହି ଅବସରରେ ସାତୋଟି ଗାଈଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପାରମ୍ପରିକ ଶିଙ୍ଘବାଜା ଏବଂ ସଂକୀର୍ତ୍ତନ ମଣ୍ଡଳୀ ପଟୁଆର ମଧ୍ୟରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା I ଆସନ୍ତା ବର୍ଷ ଏହି ମାଘ ପୂର୍ଣ୍ଣମୀ ତିଥିରେ ଗୋମାତାଙ୍କର ସୁରକ୍ଷା ଏବଂ ସଂସ୍କୃତିର ରକ୍ଷା ପାଇଁ ସପ୍ତଦିନ ବ୍ୟାପୀ ସୁରଭି ଯଜ୍ଞ ଏବଂ ମହୋତ୍ସବ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା I
Sign in
Sign in
Recover your password.
A password will be e-mailed to you.