ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟନ ଏକ ପ୍ରହସନ :ରାଉରକେଲା ଜିଲ୍ଲା କଂଗ୍ରେସ

0 1

ରାଉରକେଲା(ବସନ୍ତ କୁମାର ଜେନା): ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟନ ଏକ ପ୍ରହସନ ବୋଲି ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆଜି ଜିଲ୍ଲା କଂଗ୍ରେସ ଭବନରେ ସଭାପତି ରବି ରାୟଙ୍କ ନେତୃତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ଭୂମି ପ୍ରମାଣ ପତ୍ର ବଣ୍ଟନ ଏକ ପ୍ରହସନ ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଶ୍ରୀ ରାୟ। ଏଭଳି କାର୍ଯ୍ଯକ୍ରମକୁ ଏକ ପ୍ରତାରଣା ବୋଲି ଆକ୍ଷେପ କରି ଶ୍ରୀ ରାୟ କହିଛନ୍ତି ଯେ, ରାଜସ୍ବ ବିଭାଗ ଏହି ଜମିର ମାଲିକ ହୋଇଥିବାରୁ, ପୌର ନିଗମ ଏହି ଜମିର ବଣ୍ଟନ କିପରି କରିପାରୁଛି! ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଲ୍ଯାଣ୍ଡ ଆଲାଟାମେଣ୍ଟ କମିଟିର କୌଣସି ଅନାପତ୍ତି ପ୍ରମାଣପତ୍ର ଏଠାରେ ନାହିଁ। ରାଉରକେଲା ସହରରେ ପ୍ରାୟ ୧୭୦ଟି ଅନାଦିକୃତ ବସ୍ତି ଅଛି, ଯାହାକି ପୌର ନିଗମ ଅଞ୍ଚଳରେ, ଇସ୍ପାତ ସହରାଞ୍ଚଳରେ, ରେଲ ଅଧିକୃତ ସ୍ଥାନରେ ଏବଂ ବନ ବିଭାଗ ଅଧିକୃତ ସ୍ଥାନରେ ଗଢି ଉଠିଛି। ତେବେ ପୌର ନିଗମ ଅଞ୍ଚଳର ଲୋକଙ୍କ ପ୍ରତି ଏକ ସାବତ ମା’ର ପ୍ରତିକ୍ରିୟା ବୋଲି ଶ୍ରୀ ରାୟ ଅଭିଯୋଗ କରିଥିଲେ। ଶ୍ରୀ ରାୟ ଅଭିଯୋଗ କରିଥିଲେ ଯେ, କୌଣସି ପକ୍ଷପାତ ନକରି ସମସ୍ତ ବସ୍ତି ବାସିନ୍ଦାଙ୍କୁ ନିଶୁଳ୍କ ଭୂମି ପ୍ରମାଣ ପତ୍ର ପ୍ରଦାନ କରିବାକୁ ସେ ଦାବୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବୀରେନ ସେନାପତି, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଉପସଭାପତି ଆର୍ ପି ସିଂହ, ଅଶୋକ କୁମାର, ଆଶୀଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.