ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣି ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡିଓ ଶରତ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ଜିଲ୍ଲା ସାମାଜିକ ସମୀକ୍ଷକ ବୈବସୂତ ଚଲାଣ ଯୋଗ ଦେଇ ୧ ଏପ୍ରିଲ ୨୦୨୩ ରୁ ୩୦ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ହୋଇଥିବା ମନରେଗା କାର୍ଯ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ସମୀକ୍ଷା ବିବରଣୀ ପାଠ କରିଥିଲେ। ବ୍ଲକ ସାମାଜିକ ସମୀକ୍ଷକ ଓ ଗ୍ରାମ୍ୟ ସମ୍ବଳ କର୍ମୀଙ୍କ ଦ୍ଵାରା ବ୍ଲକ ର ୧୨ ଗୋଟି ପଂଚାୟତରେ ୭ ଦିନ ଧରି ସମୀକ୍ଷା କରିଥିଲେ। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ର ଚଚରାଗୁଡ଼ା, ମେଦନା ଓ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ରେ ଷ୍ଟକ୍ ରେଜିଷ୍ଟ୍ରାର ସଠିକ୍ ପରିଚାଳନା କରୁ ନ ଥିବା ନେଇ ଅଭିଯୋଗ ହୋଇଥିଲା। ପଲ୍ଲୀ ସଭା ଓ ଗ୍ରାମସଭାରେ ୧୦ ଟି ମାନଦଣ୍ଡ ପୁରାଣ କରୁଥିବା ପ୍ରକୃତ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରିବାକୁ ପରାମର୍ଶ ଦିଆ ଯାଇଥିଲା। ମୃତ୍ୟୁ ପରେ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ର ସାମିଲ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ତୁରନ୍ତ ବାଦ ଦେବାକୁ କୁହା ଯାଇଥିଲା।୨୦୨୩/୨୪ ଆର୍ଥିକ ବର୍ଷରେ ଡାବୁଗାଁ ବ୍ଲକ ରେ ୧୦ ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୭ ଲକ୍ଷ ୭୦ ହଜାର ୨୨୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ପ୍ରକାଶ କରାଯାଇଥିଲା। ବ୍ଲକ ର ୧୨ ଟି ଗ୍ରାମ ପଞ୍ଚାୟତରେ ହୋଇଥିବା ମନରେଗା ରେ ଶ୍ରମିକ ମାନେ ଗତ ୪ ମାସ ହେଲା ମଜୁରୀ ପ୍ରାପ୍ୟ ପାଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ଉଦ୍ୟାନ ବିଭାଗ ଓ ବନ ବିଭାଗ ଦ୍ବାରା ୨୦୨୩/୨୪ ଆର୍ଥିକ ବର୍ଷରେ ହୋଇଥିବା ମନରେଗା କାର୍ଯ୍ୟର ବିବରଣୀ ପାଠ ସହ ସମୀକ୍ଷା କରାଯାଇଥିଲା। ବ୍ଲକ୍ ମନରେଗା ଅତିରିକ୍ତ ପ୍ରୋଗ୍ରାମ ଅଫିସର ବର୍ଣବାସ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ମନରେଗା ଜନ ଶୁଣାଣି ସଭ୍ୟ ସୁରେନ୍ଦ୍ର ମିଶ୍ର, ସଞ୍ଜୟ ପାଢୀ, ଜିପିଇଓ ପଦ୍ମନାଭ ଭାଲ୍ଲା,ଯୋଗାଣ ଅଧିକାରୀ ରାମଚନ୍ଦ୍ର ଖିଲ, ମୃତ୍ତିକା ସଂରକ୍ଷଣ ସୁପର ଭାଇଜର ଗୌତମ ସେଠି, ସହକାରୀ କୃଷି ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପିଇଓ ଏଡି ପ୍ରସାଦ, ବନ ରକ୍ଷୀ ମନୋରଞ୍ଜନ ନାୟକ, ସମସ୍ତ ସରପଞ୍ଚ ,ସମିତି ସଭ୍ୟ, ଜି ଆର ଏସ, ବ୍ଲକ ସାମାଜିକ ସମୀକ୍ଷକ, ଗ୍ରାମ୍ୟ ସମ୍ବଳ କର୍ମୀ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post