ତେଜୁଛି ଭଞ୍ଜନଗର କୁ ପୌରପାଳିକା ମାନ୍ୟତା ଦାବି

0 2

 ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଏନ.ଏ.ସି କୁ ପୌରପାଳିକା ମାନ୍ୟତା ପ୍ରଦାନ ଦାବି ତେଜିବା ରେ ଲାଗିଛି । ସେଥିଶକାସେ ଆଜି ଅର୍ଥାତ୍ ୨୯ ଫେବୃଆରୀ ୨୦୨୪ ମଧ୍ୟାହ୍ନ ସମୟରେ ଭଞ୍ଜନଗର ଥାନା ସମ୍ମୁଖ ରେ ଥିବା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ସମ୍ମୁଖ ରେ ଭଞ୍ଜନଗର କଂଗ୍ରେସ ସମର୍ଥକ ସଦସ୍ୟ ମାନଙ୍କ ଦ୍ଵାରା ଅର୍ଥମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର, ଆସ୍କା ଓ ଛତ୍ରପୁର କୁ ପୌରପାଳିକା କରିବାକୁ ୨୦୧୯ ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ସ୍ୱତେ ରାଜ୍ୟ ସରକାର ଭଞ୍ଜନଗର କୁ ପୌରପାଳିକା ଘୋଷଣା କରିନଥିଲେ। ଆଗକୁ ନିର୍ବାଚନ ବୈତରଣୀ ପାର ପାଇଁ ଭଞ୍ଜନଗର କୁ ବାଦ୍ ଦେଇ ଆସ୍କା ଓ ଛତ୍ରପୁର କୁ ପୌରପାଳିକା ଘୋଷଣା କରିଥିବା ହେତୁ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଭଞ୍ଜନଗର ର ପ୍ରତିନିଧି ଭାବେ ସ୍ଥାନୀୟ ବିଧାୟକ ୩୦ ବର୍ଷ ଧରି ସେବା କରି ଆସୁଥିଲେ ମଧ୍ୟ ଅଞ୍ଚଳବାସୀ ଙ୍କ ପାଇଁ ନିଜ ରାଜନୈତିକ ଉଦ୍ଦେଶ୍ୟ ନିମନ୍ତେ ସରକାର ଙ୍କ ଉପରେ ଚାପ ପକାଉନଥିବା ଅଭିଯୋଗ ଆଣି ଭଞ୍ଜନଗର ଜାତୀୟ କଂଗ୍ରେସ ପକ୍ଷରୁ ଆଜି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତ୍ତଳିକା ଦାହ କରାଯାଇଛି । ଏଥିସହ ତୁରନ୍ତ ରାଜ୍ୟ ସରକାର ପୁନର୍ବାର ବିଚାର କରି ଭଞ୍ଜନଗର କୁ ପୌରପାଳିକା ମାନ୍ୟତା ପ୍ରଦାନ କରିବାକୁ ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛି, ଭଞ୍ଜନଗର କଂଗ୍ରେସ୍ । ଭଞ୍ଜମାଟି ଭଞ୍ଜନଗର ର ଜାତୀୟ କଂଗ୍ରେସର ଯୁବ ନେତା ପ୍ରଶାନ୍ତ ବିଷୋୟୀ, ପିସିସି ସଭ୍ୟ ବିସ୍ମୟ ମହାପାତ୍ର ଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ସେହିପରି ଭଞ୍ଜମାଟି ଭଞ୍ଜନଗର “ନାଗରିକ କମିଟି” ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ପରିସରରେ ପ୍ରତିଦିନ ଅଧଘଣ୍ଟା ଲେଖାଏଁ ଧାରଣା ଦିଆଯାଉଛି। ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼,ବରିଷ୍ଠ ଆଇନଜୀବୀ ରବି ଦାସ, ସନ୍ତୋଷ ନାୟକ,ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ,ବିଏଚପି ନେତା ମୁରଲୀଧର ପଣ୍ଡା,ପୁରୁଷୋତ୍ତମ ମହାପାତ୍ର, ଚିନ୍ମୟ ବେବର୍ତ୍ତା, ଉଦୟନାଥ ପଣ୍ଡା, ରଞ୍ଜିତ ଜେନା,ଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ଧାରଣା କୁ ଆଗେଇ ନେଉଛନ୍ତି।

Leave A Reply

Your email address will not be published.