ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଗ୍ରାମ ପଞ୍ଚାୟତ ରେ “ଆମ ବ୍ୟାଙ୍କ ସେବା”ର ଶୁଭାରମ୍ଭ ହୋଇଛି। ଭିଡିଓ କନ ଫେରେନ୍ସି ମାଧ୍ୟମରେ ଆଜି ସନ୍ଧ୍ୟାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ମେଦନା ସରପଞ୍ଚ ସୁମିତ୍ରା ମାଝୀ, ପିଇଓ ଏଡି ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସେବା ପ୍ରଦାନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ବେଳେ ବିଶେଷ କରି ଗାଁ ଗହଳି ରେ ରହୁଥିବା ବୃଦ୍ଧ ବୃଦ୍ଧା, ଗର୍ଭବତୀ ମହିଳା, ବିକଳାଙ୍ଗ, ଏସ ଏଚ ଜି ମହିଳା, ମାନେ ଏଥିରେ ବହୁତ ଉପକୃତ ହୋଇପାରିବେ। ମୋ ବ୍ୟାଙ୍କ ସେବା ଦ୍ଵାରା ହିତାଧିକାରୀ ମାନେ ୧୦ ଗୋଟି ବ୍ୟାଙ୍କିଙ୍ଗ ସେବା ପାଇ ପାରିବେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମେଦନା ସରପଞ୍ଚ ହିରନ୍ୟ ମାଝୀ, ଜଗନ୍ନାଥ ମାଝୀ, ତ୍ରିନାଥ ଭତରା , ମେଦନା ସିଏସପି ଏଜେଣ୍ଟ ଯଶବନ୍ତ ପରିଛା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.