ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୭୯ ୟୁନିଟ ରକ୍ତ ସଂଗ୍ରହ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ ପରିସର ଅନୁଷ୍ଠିତ କରଯାଇଥିଲା।ଏହି ଶିବିରରେ ମୋଟ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ. ଏ ବି ଶ୍ରୀନିବାସ ରାଓ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ। । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ୟୁନିଟ- ୧ ଡ଼ଃ ପ୍ରେମାନଶୁ ଶେଖର ରଥ, ୟୁନିଟ ୨- ଘାନିଷ୍ଟା ପୃଷ୍ଟି, ଡାକ୍ତର ଏସ ଏସ ପାଢ଼ୀ, ପ୍ରମୋଦ ପଣ୍ଡା , ନିର୍ମଳା ପଟେଲ, ଜୟନ୍ତୀ ଡାଙ୍ଗ ,କୃଷ୍ଣ ପ୍ରସାଦ ଦାସ , ଜସିଲ ପଟ୍ଟନାୟକ, ସୁନୀଲ କୁମାର ବେବର୍ତ୍ତା,ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ରହିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀ,ଟେକ୍ନିସୀୟାନ ସୁରୁଚି ପାତ୍ର, ରାକେଶ କୁମାର ପଣ୍ଡା,ରୋଜି ନାୟକ ପ୍ରମୁଖ ଯୋଗ ଦେଇ ୭୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଉତ୍ସାହ ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମାସରେ ସ୍ବେଛାକୃତ ରକ୍ତଦାନ କରି ବହୁ ରକ୍ତହୀନତା ରୋଗୀଙ୍କୁ ରକ୍ତ ଯୋଗାଇବାରେ ସହଯୋଗ କରୁଛନ୍ତି। ଏହି ଶିବିରରେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ବିଶ୍ଵବିଦ୍ୟାଳୟର ସଭାପତି ଡ ସତ୍ୟ ପ୍ରକାଶ ପଣ୍ଡା,ଉପ ସଭାପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ମହାନିର୍ଦ୍ଦେଶକ ଡ ଜଗଦିଶ ପଣ୍ଡା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ ପ୍ରମୁଖ ସାଧୁବାଦ ଜଣାଇବା ସହ ଏହି ଭଳି ମହତ କାର୍ଯ୍ୟକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

 

Leave A Reply

Your email address will not be published.