ପଞ୍ଚାୟତ ବଣ୍ଟନ ବ୍ୟବସ୍ଥା,ସ୍ତ୍ରୀଙ୍କ କାମକୁ ସ୍ଵାମୀଙ୍କ ଚିନ୍ତା : ହିତାଧିକାରୀଙ୍କ ବଢେ ଦୁଶ୍ଚିନ୍ତା,

0 2

(ଶାସକ ପ୍ରଶାସକ ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର କିଛି ଗ୍ରାମ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ମୁହାଁ ହୋଇଛି । ବ୍ଲକର ହାବସପୁର ପଞ୍ଚାୟତରେ ଜୈନିକ ଯୋଗାଣ ସହାୟକଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୁଏ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜୁନାଗଡ଼ ବ୍ଲକକୁ ୩୭୫୪ ପରିବାର ପାଇ ୮୧୦୬ କୁଇଣ୍ଟାଲ, ହାବସପୁର ୭୧.୭୫ ପଞ୍ଚାୟତ ପରିବାର ପାଇଁ ୩୧୬.୬୭ କୁଇଣ୍ଟାଲ ପଞ୍ଚାୟତକୁ ଯୋଗାଣ ହେଉଛି। ସୂଚନା ଯୋଗ୍ୟ ଯେ ହାବସପୁର ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥାରେ କେବଳ ନାଁ କୁ ଯୋଗାଣ ସହାୟିକା ଥିବାବେଳେ ,ଏହାକୁ ଯୋଗାଣଙ୍କ ସ୍ଵାମୀ ନିଜ ହିସାବରେ ଚଳାଇଛନ୍ତି। ଉକ୍ତ ପଞ୍ଚାୟତର ସାଧାରଣ ବଣ୍ଟନ ସାମଗ୍ରୀ ସଠିକ ଭାବେ ବଣ୍ଟନ କରା ନ ଯାଇ ହେରାଫେରି କରାଯାଉଥିବା ଆଲୋଚନା ହେଉଛି।ହିତାଧିକାରୀ ମୃତ୍ୟୁବରଣ କରିଥିଲେ ହେଁ, ସେହି ହିତାଧିକାରୀଙ୍କ ଚାଉଳ ହଡପ କରାଯାଇ ହରିବୋଲ କରାଯାଉଛି।ସାଧାରଣ ବଣ୍ଟନ ସାମଗ୍ରୀ ପରିଚାଳନାରେ ଅଧିକ ବିଲ ଦର୍ଶାଯାଇ ମଧ୍ୟ ଅନିୟମିତତା ହେଉଥିବା ଶୁଣାଯାଉଛି। ସଂପୃକ୍ତ ପଞ୍ଚାୟତର ଚାଉଳ ବଣ୍ଟନ ଯୋଗାଣ ସହାୟିକା ଦାୟିତ୍ଵରେ ଥିବା ବେଳେ ତାଙ୍କ ସ୍ଵାମୀ ନିୟମିତ କାର୍ଯ୍ୟାଳୟ ପରିସରରେ ଦାୟିତ୍ୱ ତୁଲାଉଥିବା ଅଭିଯୋଗ ହୁଏ । ଯୋଗାଣ ସହାୟିକା ଦାୟିତ୍ଵରେ ଥିବା ତାଙ୍କ ସ୍ଵାମୀ ଚାନ୍ଦା ହାଣ୍ଡି ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଥିବା ଆଉ ଏ ପଟେ ଯୋଗାଣ ସହାୟିକା ଙ୍କ କାର୍ଯ୍ୟ କରୁଥିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଣୁ ଏହି ହାବସପୁର ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଏକ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରିବାକୁ ସର୍ବ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.