(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଥିବା ବେଳେ ବୁହାଳ ପଞ୍ଚାୟତରେ ସରପଞ୍ଚ ରମାକାନ୍ତ ମହାନ୍ତି ଉକ୍ତ ସେବା କାର୍ଯ୍ୟାଳୟକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଏହି ଉଦଘାଟନ ଉତ୍ସବରେ ଆମ ବ୍ୟାଙ୍କ ବିସି ଲକ୍ଷ୍ମୀପ୍ରିୟା ସାହୁଙ୍କ ସଂଯୋଜନାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ସିଂ,ଜିଆରଏସ ରଂଜନ ପଣ୍ଡା,ପୂର୍ବତନ ସରପଞ୍ଚ ସାଧୁଚରଣ ସେଠୀ,ପ୍ରାକ୍ତନ ସରପଞ୍ଚ ମାୟାଧର ପରିଡ଼ା,ଯୁବନେତା ଗଗନବିହାରୀ ବରାଳ,ସର୍ଣ୍ଣଲତା ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ଆମ ବ୍ୟାଙ୍କ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିଥିଲେ l ଏଥିରେ ପ୍ରତ୍ୟେକ ଲୋକେ ବ୍ୟାଙ୍କ ସଂକ୍ରାନ୍ତୀୟ ବିଭିନ୍ନ ସେବା ଏହି କାର୍ଯ୍ୟାଳୟରୁ ପାଇପାରିବେ ବୋଲି ସରପଞ୍ଚ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post