(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନରେନ୍ଦ୍ରପୁର ପଞ୍ଚାୟତ ଫତେପୁର ଗ୍ରାମର ହୃଷିକେଶ ନାୟକଙ୍କ ଘରେ ବିଦ୍ୟୁତ୍ ସଟ୍ ସକ୍ରିଟ କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା l ଖବର ପାଇ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶରେ ବ୍ଲକ ଅଧକ୍ଷା ରୋଜି ସେଠୀ, ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ, ଆଇନଜୀବୀ ବିନୋଦ ବିହାରୀ ଚୌଧୁରୀ, ରାମଚନ୍ଦ୍ର ନାୟକ, ବ୍ରଜମୋହନ ପଣ୍ଡା, ମନୋଜ ସେଠୀ, ସମିତିସଭ୍ୟ ପ୍ରଭାକର ଗୋଚ୍ଛାୟତ, ଗୋଲାମ ମେହେନ୍ଦୀ ହୁସେନ, ବିଳାସ ମଲିକ ପ୍ରମୁଖ ଅଗ୍ନିବିପନ୍ନ ଙ୍କ ଘରେ ପହଞ୍ଚି ତାଙ୍କ ପରିବାରକୁ ସାନ୍ତନା ଦେବା ସହିତ ଆର୍ଥିକ ସହାୟତା, ଦୁଇଟି ଜରିପାଲ, ଶୁଖୁଲା ଖାଦ୍ୟ, ବିଭିନ୍ନ ଆସବାପତ୍ର ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ବିପନ୍ନ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post