ବିଡିଓ ସମର୍ଥନରେ ବାହାରିଲେ ଅନ୍ଯ ଗୋଷ୍ଠୀ; ଅନିର୍ଦ୍ଦିଶ୍ଟ କାଳ ଧରି ରହିବ ଶାନ୍ତି ପୂର୍ଣ୍ଣ ଧାରଣା

0 1

ଗୁଣପୁର ରୁ ସନ୍ତୋଷ କୁମାର: ଗୁଡାରି ବିଡ଼ିଓ ଅନିଶା ଦାସ ଙ୍କ ମେରିରାୟ ଶାସନ ଏବଂ ଜାତିଆଣ ଆକ୍ଷେପ କୁ ବିରୋଧ କରି ବ୍ଲକ ଅଧକ୍ଷା, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା ଙ୍କ ସମେତ ୧୧ଜଣ ପଞ୍ଚାୟତ ପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଧାରଣା ଆରମ୍ଭ କରିଛନ୍ତି। ଏଥି ପୁର୍ବରୁ ମଧ୍ୟ ଏହି ପ୍ରତିନିଧି ମାନେ ଜିଲ୍ଲାପାଳଙ୍କ ସମେତ ଅନ୍ଯାନ୍ଯ ଅଧିକାରୀ ଓ ରାଜ୍ଯ ସରକାରଙ୍କୁ ଚିଠି ପ୍ରେରଣ କରି ବିଡିଓ ଙ୍କ ବଦଳି ଦାବିକରି ଦାବି ପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଜଣାଇଥିଲେ। ଅନୁରୂପ ଭାବେ ଆଜିଠାରୁ ଏହି ଧାରଣା ଆରମ୍ଭ କରି ଅନିର୍ଦ୍ଧିଷ୍ଟ କାଳ ଯାଏଁ ବସିବେ ବୋଲି ସେମାନେ ଧମକ୍ ଦେଇଛନ୍ତି । ଏହି ପ୍ରସଙ୍ଗରେ ଗୁଡାରି ରେ ବିଜେଡି ଏକ ପ୍ରକାର ଦୁଇଫାଳ ହୋଇଛି। ଗୋଟିଏ ଗୋଷ୍ଠୀ ବିଡିଓ ଙ୍କୁ ସମର୍ଥନ କରୁଥିବା ବେଳେ ବ୍ଲକ ଅଧ୍ଯକ୍ଷାଙ୍କ ଗୋଷ୍ଠୀ ବିରୋଧ ବିରୋଧ କରୁଛନ୍ତି। ଜିଲ୍ଲା ବିଜେଡି ସଭାପତି ସୁଧିର ଦାସ ଦଳର ଏହି ବିବାଦର ସମାଧାନ ପାଇଁ ଅନେକ ଚେଷ୍ଟା କରିବା ପରେ ଗତ ୧୭ ତାରିଖରେ ବ୍ଲକ ଅଧ୍ଯକ୍ଷାଙ୍କ ସମେତ ଅନ୍ଯାନ୍ଯ ନେତୃ ସ୍ଥାନୀୟ ବ୍ଯକ୍ତି ଙ୍କୁ ବୁଝାଇଥିଲେ। ଏହାପରେ ମଧ୍ୟ କିଛି ସମାଧାନ ହୋଇ ପାରିନି। ଅଧକ୍ଷା ଲକ୍ଷ୍ମୀ ଶବର ଙ୍କ କହିବା ଅନୁଯାୟୀ ବିଡ଼ିଓ ସେମାନଂକୁ ଅଣଦେଖା କରିବା ସହ ସରକାରୀ କାର୍ଯ୍ୟରେ ସହଯୋଗ କରୁନାହାନ୍ତି। ଅଧ୍ଯକ୍ଷା, ଜିଲ୍ଲା ପରିଷଦ ସଭ୍ଯ ହୁଅନ୍ତୁ କିମ୍ବା ଅନ୍ଯାନ୍ଯ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରି ମନ ଇଛା କାର୍ଯ୍ଯ କରୁଛନ୍ତି । ଦୁର୍ବ୍ଯବହାର ପ୍ରଦର୍ଶନ କରୁଛନ୍ତି। ବେଆଇନ କାର୍ଯ୍ଯରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଏହି ଧାରଣା ଚାଲିଥିବା ସମୟରେ ଜିଲ୍ଲା ଏପିଡି ନରେନ୍ଦ୍ର ନାୟକ ଆସି ଧାରଣା ରେ ବସିଥିବା ଅଧକ୍ଷା ଏବଂ ଅନ୍ୟ ପ୍ରତିନିଧି ଙ୍କ ସହ ଆଲୋଚନା କରିବା ବେଳେ ସେମାନେ ବିଡ଼ିଓ ଙ୍କ ବଦଳି ଦରକାର ବୋଲି ସିଧା କହିଥିଲେ। କିଛି ସମୟ ପରେ ଅନ୍ଯ କେତେକ ପଞ୍ଚାୟତ ପ୍ରତିନିଧି ଆସି ଏପିଡିଙ୍କୁ ସାକ୍ଷାତ କରି ବିଡ଼ିଓ ଙ୍କ ସପକ୍ଷରେ କହିଥିଲେ । ଏପରିକି ବିଡ଼ିଓ ବହୁତ ଭଲ ବୋଲି କହିଥିଲେ। ଜିଲ୍ଲା ସଭାପତି ସୁଧିରଙ୍କ ଶଳା କେଦାର ସାହୁ, ସନ୍ତୋଷ ମହାନ୍ତି ପ୍ରମୁଖଙ୍କ ହାତରେ ଏବେ ଗୁଡାରି ବିଜେଡିର ମଙ୍ଗ ଥିବାବେଳେ ଅନ୍ଯ ଏକ ବଡ଼ଗୋଷ୍ଠୀ ଏମାନଙ୍କୁ ବିରୋଧ କରୁଛନ୍ତି। ଯାହା ଫଳରେ ବିଡିଓ ମଧ୍ୟ ଏଇ ମଙ୍ଗୁଆଳଙ୍କ କଥାରେ ପଡି ମନଇଛା କାର୍ଯ୍ଯ କରୁଥିବା ପଞ୍ଚାୟତ ପ୍ରତିନିଧି ମାନେ ଅଭିଯୋଗ କରି ଆସୁଛନ୍ତି। ଏହି ବିଡିଓ ଏବେ ସ୍ଥାନୀୟ ଏନ ଏ ସି ର କାର୍ଯ୍ଯ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ରେ ଥିବାବେଳେ ଏବେ ଏହି ଅଧିକାରୀ ଙ୍କୁ ନେଇ ଏଠାରେ ବିଜେଡି ଦୁଇଫାଳ ହେବାଭଳି ଅବସ୍ଥା ହେଲାଣି। ଆଗକୁ ନିର୍ବାଚନ ଥିବାବେଳେ ଗୁଡାରି ରେ ଏଭଳି ପରିସ୍ଥିତି ଶାସକ ଦଳର ନେତାଙ୍କୁ ଚିନ୍ତା ରେ ପକାଇଛି। ଆଜି ବିରୋଧ କରି ଧାରଣାରେ ବସିଥିବା ବ୍ଯକ୍ତିଙ୍କ ମଧ୍ୟରେ ବିଜେଡି ନେତା ଘାସିରାମ ମାଝୀ, କାଶୀ ବଳିଆର ସିଂ, ପ୍ରହଲାଦ ହିକାବାଡି, ବ୍ଲକ ଅଧ୍ଯକ୍ଷା, ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ଅସଡା ପଞ୍ଚାୟତ ସରପଞ୍ଚ ସୁଦାମ ଶବର, ସମିତି ସଭ୍ଯ ନମିତା ଶବର, ଖାରିଗୁଡା ସରପଞ୍ଚ ଲୁସି ନାରେଙ୍ଗାକା, ସମିତିସଭ୍ଯା ଶବିତା ଶବର, ସାନହୁମା ସରପଞ୍ଚ ସୂର୍ଯାମଣୀ ଶବର, ମଧୁବନ ସରପଞ୍ଚ ବଂଶୀ ଶବର, ସମିତିସଭ୍ୟା ରଷ୍ମିତା ଶବର, ଏମ କେ ରାଇ ସମିତି ସଭ୍ଯ ଅର୍ଜୁନ ଶବର, କର୍ଲାଘାଠି ର କୌଷଲ୍ଯା ମାମାଲାକା ଧାରଣାରେ ବସିଥିବା ବେଳେ ବିଡିଓ ଙ୍କ ସପକ୍ଷରେ କଦମା ସରପଞ୍ଚ ରାମଚନ୍ଦ୍ର ମୁତାରାଙ୍ଗା, ସମିତି ସଭ୍ଯ ରାଜେଶ୍ୱର ମାଝୀ, ପେଣ୍ଡିଲି ସରପଞ୍ଚ ରେଣୁକା ଶବର, ସମିତିସଭ୍ୟା ସୁମଳା ଲିମା, ସିରିଗୁଡା ସରପଞ୍ଚ ଭାରତୀ ସାମୁଟିକା, ସମିତିସଭ୍ୟା ପୁଷ୍ପାଞ୍ଜଳୀ ଶବର, ଏମ କେ ରାଇ ସରପଞ୍ଚ ତେଆର ଗ୍ରାଷ୍ମୀ ଶବର ପ୍ରମୁଖ ବାହାରିଥିଲେ। ତେବେ ଆଗକୁ ଏହି ଦୁଇଗୋଷ୍ଠୀ ଙ୍କ ମଧ୍ୟରୁ କାହାର ବିଜୟ ହେଉଛି ଦେଖିବାକୁ ବାକି ରହିଲା।

 

Leave A Reply

Your email address will not be published.