ମା’ ହରଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ମଧୁଶାସନ ଚମ୍ପିୟନ l

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଛପଚିକଣାର ମା’ ହରଚଣ୍ଡୀ କ୍ରିକେଟ ଆସୋସିଏସନ ପକ୍ଷରୁ ଚଳିତ ବର୍ଷର ଟୁର୍ଣାମେଣ୍ଟ ୧୧ଦିନ ବ୍ୟାପୀ ଚାଲି ମଙ୍ଗଳବାର ଦିନ ଉଦଯାପିତ ହୋଇଛି। ଏହାର ଚୁଡ଼ାନ୍ତ ଖେଳରେ ମଧୁଶାସନ କ୍ରିକେଟ ଟିମ୍ ହାଇଡ଼ା ଦଳକୁ ୨୨ ରନରେ ପରାଜୟ କରିଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଂଜନ ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ଚମ୍ପିୟନ ଓ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସରପଞ୍ଚ ଶୁଭ୍ରା ମହାନ୍ତି, ବୈକୁଣ୍ଠ ନାଥ ସିଂହଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ । ସରୋଜ ପଣ୍ଡା,ସୁଶାନ୍ତ ନାୟକ,ପ୍ରେମାନନ୍ଦ ଦାସ କ୍ରୀଡ଼ା ପରିଚାଳନା କରିଥିଲେ । କ୍ଲବର ସଭାପତି ସଂଗ୍ରାମୀ କେଶରୀ ରାଉତରାୟ, ସମ୍ପାଦକ ଦୀପକ କର,ପ୍ରମୋଦ ପଣ୍ଡା, ଜ୍ଞାନରଂଜନ ପଣ୍ଡା,ଦେବଦତ୍ତ ପଣ୍ଡା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

Leave A Reply

Your email address will not be published.