ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର ) : ଓଡଗାଁ ଅଂଚଳ ତଥା ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପ୍ରଭୁ ଶ୍ରୀରଘୁନାଥଜିଉଙ୍କ ମନ୍ଦିର ହୁଣ୍ଡି ବିଧି ବ୍ୟବସ୍ଥାରେ ଆଜି ଖୋଲା ଯାଇଥିଲା । ଚଳିତ ଜୁଲାଇ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ୪ମାସରେ ମାନସିକ ଧାରୀମାନଙ୍କ ଦ୍ୱାରା ପ୍ରଦତ ୧ଲକ୍ଷ ୪ହଜାର ୭୯୩ଟଙ୍କା ସହିତ ଅଢେଇ କିଲୋ ଓଜନର ପିତଳ ଘଂଟ ଓ ଘଂଟି ଏଥିରୁ ମିଳିଥିବା ଜଣାଯାଇଛି । ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ନାୟକ, ଅତିରିକ୍ତ ତହସିଲଦାର ଦୟାନିଧି ରଥ, ଦେବୋତର ମ୍ୟାନେଜର ତାପସ ପଟ୍ଟନାୟକ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର, ଥାନା ଅଧିକାରୀ ବୈଦ୍ୟନାରାୟଣ ଭୋଇ, ପୂଜକ ପରିଷଦ ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ, ସଂପାଦକ ପ୍ରଦ୍ୟୁମ୍ନ କୁମାର ଦାଶ, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ ଓ ସୁଆର ସେବାୟତ ବିନୋଦ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । ସଂଗ୍ର୍ରହ ହୁଣ୍ଡି ଅର୍ଥକୁ ସୁରକ୍ଷୀତ ଭାବରେ ମନ୍ଦିର ଆକାଉଣ୍ଟରେ ନେଇ ଜମା ରଖାଯାଇଥିଲା । ସ୍ୱ
Sign in
Sign in
Recover your password.
A password will be e-mailed to you.