ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଭକ୍ତ ସଙ୍ଗୀତ ସଂସଦ ସଭାଗୃହ ଠାରେ ସ୍ୱର୍ଗତ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜିତ ହୋଇଯାଇଛି।
ଉକ୍ତ ବୈଠକରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଗୁରୁ ଶ୍ରୀ ରଘୁନାଥ ପାତ୍ର , ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ସ୍ୱର୍ଗତ ପଙ୍କଜ ଉଧାସଙ୍କ କାଳଜୟୀ ସଙ୍ଗୀତ ତାଙ୍କୁ ଅମର ରଖିବ ବୋଲି ମତ ପ୍ରକାଶ କରିଥିଲେ।
ଏହି ଶୋକ ସଭାରେ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ମଧ୍ୟରେ ଶ୍ରୀ ଶଶିଭୂଷଣ ପଟ୍ଟନାୟକ , ଶ୍ରୀ ରାମଚନ୍ଦ୍ର ମିଶ୍ର , ଶ୍ରୀ ଅରକ୍ଷିତ ଜେନା , ଶ୍ରୀମତି ବବିତା ପୁରୋହିତ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର ବ, ଶ୍ରୀମତି କଲ୍ୟାଣୀ ପଟ୍ଟନାୟକ , ଶ୍ରୀମତି ସୁନୀତା ଦାସ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ପଙ୍କଜ ଉଧାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଶେଷରେ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.