ଅନୁଗୁଳ, ୨୬/୦୨/ ୨୦୨୪ – ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ନେଟ୍ ଜିରୋ ଲକ୍ଷ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଭାରତୀୟ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏହାର ଅନୁଗୁଳ ଇସ୍ପାତ କାରଖାନରେ ୧୦ ଟି ଇଲେକ୍ଟ୍ରିକ ବସ୍ ଏବଂ ୨୭ ଟି ଇଲେକ୍ଟ୍ରିଯାନ (ଇଭି) ନିୟୋଜିତ କରିଛି। ପରିବେଶ ନିରନ୍ତରତା ଏବଂ ଡିକାର୍ବନାଇଜେସନ୍ ପ୍ରୟାସ ପ୍ରତି ଜେଏସପିର ପ୍ରତିବଦ୍ଧତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ପରିବେଶ ନିରନ୍ତରତା ପାଇଁ ଜେଏସପିର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ । “ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରରେ ଆମେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ପାଇଁ ଆମେ ସର୍ବଦା ପ୍ରୟାସରତ,” ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି । “ଇଲେକ୍ଟ୍ରିକ୍ ଯାନର ପ୍ରଚଳନ ଏବଂ ଅନୁଗୁଳ ୟୁନିଟରେ ଆମର ବ୍ୟାପକ ସୌର ଶକ୍ତି ୟୁନିଟ କାର୍ଯ୍ୟକ୍ଷମ ହେବା ଆମର ନେଟ୍ ଜିରୋ ହାସଲ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ପୃଥିବୀ ନିର୍ମାଣ ଦିଗରେ ଆମର ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ,” ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି ।
ଜେଏସପି, ଅନୁଗୁଳ ଦ୍ୱାରା ମୋଟ ୨୭ଟି ଇଲେକ୍ଟ୍ରିକ୍ ବସ୍ ଓ ୪୫ଟି ଇଲେକ୍ଟ୍ରିକ୍ ଏସ୍ୟୁଭି ପାଇଁ ଅର୍ଡର ଦିଆଯାଇଛି , ସବୁଗୁଡିକ ଶୂନ୍ୟ-ନିର୍ଗମନ ବା ଜିରୋ ଏମିସନ୍ ଯାନ। ଏହି ପରିବର୍ତ୍ତନ କାରଖାନା ସ୍ତରରେ କାର୍ବନ ନିର୍ଗମନ କୁ ହ୍ରାସ କରିବାରେ ସହିତ ବରଂ କାରଖାନା ପରିସରରେ ଦୁଇ ଚକିଆ ଯାନର ବ୍ୟବହାରକୁ ଦୂର କରି ପରିଚାଳନାଗତ ନିରାପତ୍ତା ମଧ୍ୟ ବୃଦ୍ଧି କରିବ । ଏହାବ୍ୟତୀତ କମ୍ପାନୀ ଏହି ଇଲେକ୍ଟ୍ରିକ୍ ଯାନର କ୍ରୟ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନଦଣ୍ଡ ପାଳନ କରିବାକୁ ଗୁରୁତ୍ୱ ଦେଇଥାଏ ।
ନିଜର ସବୁଜ ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ଜେଏସପି ଅନୁଗୁଳ ବାର୍ଷିକ ୨୧ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଛାତ ଉପର ସୋଲାର ପ୍ଲାଣ୍ଟ ସ୍ଥାପନ କରିଛି। ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ୟୁନିଟର ବାର୍ଷିକ ସିଓଟୁ (CO2) ଫୁଟପ୍ରିଣ୍ଟ ଅଠର ହଜାର ଟନ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି, ଯାହା ଏକ ଦଶନ୍ଧି ମଧ୍ୟରେ ୩.୬ ଲକ୍ଷ ଗଛ ଲଗାଇବାର ପରିବେଶ ଲାଭ ସହିତ ସମାନ ।
ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସହିତ ଜେଏସପି ଏହାର ମୁଖ୍ୟ ପରିଚାଳନାରେ ପରିବେଶ ନିରନ୍ତରତା ସମନ୍ୱିତ କରି ଭାରତୀୟ ଇସ୍ପାତ ଶିଳ୍ପରେ ବେଞ୍ଚମାର୍କ ସ୍ଥାପିତ କରିବା ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.