ସରକାରୀ ଯୋଜନା ମାଧ୍ୟମରେ ଚାଲିଛି ଦଳୀୟ ପ୍ରଚାର

0

 ବିଜେପି ଦଳର ଓଡ଼ଗାଁ ବ୍ଲକ ଘେରାଉ ଓ ବିକ୍ଷୋଭ ପଦର୍ଶନ

ଓଡଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ଦୀର୍ଘ ୧୮ବର୍ଷର ଶାସନକାଳ ସ୍ୱେଚ୍ଛାଚାରି ବିଜେଡି ଦଳ ଦଳିୟ ସମର୍ଥକ ମାନଙ୍କୁ ଏକତରଫା ସହାୟତା ପ୍ରଦାନ କରି ସାଧାରଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରକାରୀ ସହାୟତାରୁ ବଂଚିତ କରିବା ପରି ବହୁ ସମସ୍ୟାକୁ ନେଇ ବିଜେପି ଦଳ ତରଫରୁ ଇରାନୀ ରାୟଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ୪ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ଗହଣରେ ଓଡଗାଁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଜନହିତକାରୀ ଖାଦ୍ୟ ସୁରକ୍ଷା, ଅନ୍ତେ୍ୟାଦୟ, ଅନ୍ନପୁର୍ଣ୍ଣା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଯୋଗାଣ, ସୈାଭାଗ୍ୟ ଯୋଜନାରେ ମାଗଣା ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ଯୋଜନା ଗୁଡିକର ସୁଫଳ ଗରିବ ଲୋକଙ୍କ ପାଖରେ ପହଁଚି ପାରୁନଥିବା ନେଇ ନେତୃବୃନ୍ଦ ଅଭିଯୋଗ କରିଥିଲେ । ଏବଂ ରାଜ୍ୟ ସରକାରଙ୍କ ଆମଗାଁ ଆମ ବିକାଶ, ବିଯୁ ଯୁବ ବାହିନୀ, ମୁଁ ହିରୋ ମୁଁ ଓଡିଶା ଯୋଜନା ଗୁଡିକ ସରକାରୀ ଅର୍ଥରେ ଦଳିୟ ପ୍ରଚାର ପାଇଁ ଉଦିଷ୍ଟ ବୋଲି କହିଥିଲେ । ପ୍ରଚାର ପାଇଁ ଏବଂ ଯୋଜନାର ଶ୍ରେୟ ନେବାପାଇଁ ଅଙ୍ଗନ ଓାଡି କର୍ମଚାରୀ ମାନଙ୍କ ସହାୟତାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟବହାର କରାଯାଉଥିବା ନେଇ ଦୃଢ ନିନ୍ଦା କରିଥିଲେ । ପୁର୍ବତନ ମନ୍ତ୍ରୀ ସୁରମା ପାଢୀ ଏକ ମୋଟର ସାଇକେଲ ଶୋଭା ଯାତ୍ରାରେ ଆସି ଓଡଗାଁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରାଙ୍ଗଣରେ ପହଂଚିବା ପରେ ଲାଲା ମନୋଜ ରାୟ, ଜିଲ୍ଲା ସଭାପତି ସନ୍ୟାସୀ ନାୟକ, ଜିଲ୍ଲାପରିଷଦ ସଭ୍ୟ ସନ୍ୟାସୀ ପ୍ରଧାନ, ଭାଗବତ ସେଠୀ, ନୃସିଂହ ରାଉତ, ଅନ୍ତର୍ଯ୍ୟାମୀ ସାହୁ, ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀନିବାସ ପ୍ରଧାନ, ଚୈତନ୍ୟ ମହାରଣା ପ୍ରମୁଖଙ୍କ ସହଯୋଗରେ ଏକ ଶୋଭାଯାତ୍ରାରେ ବାହାରି ସରକାରୀ ବିରୋଧି ନାରା ଦେଇ ନଗର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ବିଭିନ୍ନ ସମସ୍ୟା ଏବଂ ଦାବି ସମ୍ବଳିତ ଦାବିପତ୍ର ବିଡିଓଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ । 

Leave A Reply

Your email address will not be published.